ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଇଲେକ୍ସନ ୱାଚ ପକ୍ଷରୁ ପ୍ରକାଶ ପାଇଥିବା ଏଡିଆର୍ ରିପୋର୍ଟରେ ଆସିଲା ପ୍ରାର୍ଥୀଙ୍କ ସମ୍ପତ୍ତି ତାଲିକା।

ଏପ୍ରିଲ ୧୧ ହେବ ପ୍ରଥମ ପର୍ଯ୍ୟାୟ ଭୋଟ। କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଏବଂ କୋରାପୁଟ ଲୋକସଭା ଏବଂ ତତସଂଲଗ୍ନ ବିଧାନସଭା ଆସନରେ ହେବ ନିର୍ବାଚନ।

ଏଥିପାଇଁ ପ୍ରାର୍ଥିପତ୍ର ଦାଖଲ କରି ପ୍ରାର୍ଥୀ ପ୍ରଚାରରେ ମାତିଥିବା ବେଳେ ଇଲେକ୍ସନ ୱାଚ ପକ୍ଷରୁ ପ୍ରକାଶ ପାଇଥିବା ଏଡିଆର୍ ରିପୋର୍ଟରେ ପ୍ରାର୍ଥୀଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି।

ପ୍ରାର୍ଥିପତ୍ର ଦାଖଲ ବେଳେ ପ୍ରାର୍ଥୀମାନେ ଦେଇଥିବା ସତ୍ୟପାଠକୁ ଆଧାର କରି କେଉଁ ପ୍ରାର୍ଥୀଙ୍କର କେତେ ସମ୍ପତ୍ତି ତାର ରିପୋର୍ଟ ପ୍ରସ୍ତୁତ କରିଛି ଇଲେକ୍ସନ ୱାଚ।

ଇଲେକ୍ସନ ୱାଚର ତଥ୍ୟରୁ ଜଣାପଡ଼ିଛି ଯେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ପ୍ରାର୍ଥିପତ୍ର ଦାଖଲ କରିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ଭି ଚନ୍ଦ୍ରଶେଖର ନାଇଡୁ ହେଉଛନ୍ତି ସବୁଠୁ ଧନୀ। ତାଙ୍କର ମୋଟ ସମ୍ପତ୍ତି ୩୬ କୋଟି ଟଙ୍କାରୁ ଅଧିକ। ନାଡୁ ବ୍ରହ୍ମପୁର ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି।

ଦ୍ୱିତୀୟ ସ୍ଥାନରେ ଅଛନ୍ତି ନବରଙ୍ଗପୁରର ବିଜେପି ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝି। ତାଙ୍କର ସମ୍ପତ୍ତି ପରିମାଣ ୮ କୋଟି ୭୫ ଲକ୍ଷ ଟଙ୍କା।

ସେହିପରି ତୃତୀୟ ସ୍ଥାନରେ ରହିଛନ୍ତି କୋରାପୁଟ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ଜୟରାମ ପାଙ୍ଗୀ। ତାଙ୍କର ସମ୍ପତ୍ତି ପରିମାଣ ୪ କୋଟି ୧୯ ଲକ୍ଷ ଟଙ୍କା।

ରାଜେନ୍ଦ୍ର କେନ୍ଦୁକ୍ରା ହେଉଛନ୍ତି ସବୁଠୁ ଗରିବ ପ୍ରାର୍ଥୀ। ତାଙ୍କର ମୋଟ ସମ୍ପତ୍ତି ହେଉଛି ୫୬୫ ଟଙ୍କା। ଯେ କୋରାପୁଟ ଲୋକସଭା ଆସନରୁ ସିପିଆଇ (ଏମ୍ଏଲ୍) ରେଡ ଷ୍ଟାର ପ୍ରାର୍ଥୀ ହୋଇଛନ୍ତି।

Comment