ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ

ଖୋଲିଲା ନବୀନଙ୍କ ଫିଟନେସ୍ ଭିଡିଓର ରହସ୍ୟ!

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଫିଟନେସ୍ ଭିଡିଓକୁ ନେଇ ଚର୍ଚ୍ଚା ଜୋର୍। ଗତ ଦୁଇ ଦିନ ତଳେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଫିଟନେସ୍ ଭିଡିଓର ବାସ୍ତବତାକୁ ନେଇ ତର୍ଜମା ଚାଲିଥିବା ବେଳେ ଜାତୀୟ ଗଣମାଧ୍ୟମରେ ଏନେଇ ଏକ ଖବର ପ୍ରକାଶ ପାଇଛି। ୱର୍କ ଆଉଟ କରୁଥିବା ବେଳେ ନବୀନ ସାକ୍ଷାତକାର ଦେଇ ପୂରା ଫିଟ୍ ରହିଥିବା ସୂଚନା ଦେଇଛନ୍ତି।

୭ ବିଜେପି ନେତାଙ୍କୁ ମିଳିଲା ନୂଆ ଦାୟିତ୍ୱ

୭ ବିଜେପି ନେତାଙ୍କୁ ମିଳିଲା ନୂଆ ଦାୟିତ୍ୱ। ରମା ରଞ୍ଜନ ବଳିୟାରସିଂହ ହେଲେ ରାଜ୍ୟ ଉପ ସଭାପତି, ସୁରେନ୍ଦ୍ର ପଣ୍ଡା ହେଲେ ସମ୍ପାଦକ।ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପି ସଂଗଠନରେ ୭ ବରିଷ୍ଠ ନେତାଙ୍କୁ ମିଳିଛି ନୂଆ ଦାୟିତ୍ୱ। ଦଳୀୟ ସାଂଗଠନିକ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଦଳ ଏଭଳି ନିଷ୍ପତ୍ତି ନେଇଛି। ଏନେଇ ରାଜ୍ୟ ବିଜେପି ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି।

କଂଗ୍ରେସରୁ ବିଦା ହେଲେ ୧୯ ନେତା

ଓଡ଼ିଶା କଂଗ୍ରେସରେ ଦଳ ବିରୋଧୀ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ୧୯ କଂଗ୍ରେସ ନେତାଙ୍କୁ ବହିଷ୍କାର କରାଯାଇଛି। ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି(ଏଆଇସିସି) ପକ୍ଷରୁ ଏହି ନେତାମାନଙ୍କୁ କଂଗ୍ରେସ ଦଳରୁ ବହିଷ୍କାର କରାଯାଇଛି। ଏନେଇ ଓଡ଼ିଶା ପ୍ରଦେଶ କଂଗ୍ରେସର ସମ୍ପାଦକ ବିଶ୍ୱଜିତ ଦାସ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି। ଏଆଇସିସି ସଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ, ଓଡ଼ିଶା କଂଗ୍ରେସ ଅସ୍ଥାୟୀ ପ୍ରଭାରୀ ଟିଏସ୍‌ ସିଂହ ଦେଓ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନରେ ଦଳ ବିରୋଧୀ କାର୍ଯ୍ୟକଳାପ ଲାଗି ୧୯ ଜଣ ଦଳୀୟ ନେତାଙ୍କୁ କଂଗ୍ରେସରୁ ବହିଷ୍କାର କରାଯାଇଛି।

 

ୱାନ ମିଶନ, ୱାନ ଡାଇରେକସନକୁ ନେଇ ଆଗକୁ ବଢ଼ିବାର ଲକ୍ଷ ରଖିଛୁ – ମୋଦି

ଲୋକସଭା ନିର୍ବାଚନ ପାଇଁ କେନ୍ଦ୍ର ବିଜେପି ପକ୍ଷରୁ ସୋମବାର ଇସ୍ତାହାର ପତ୍ର ଜାରି କରିଛି। ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଇସ୍ତାହାର ଜାରି କରିଛନ୍ତି। ବିଜେପିର ସଂକଳ୍ପ ପତ୍ର ୪୮ ପୃଷ୍ଠାର ରହିଛି। ଏହି ସଂକଳ୍ପ ପତ୍ରର ନାମ “ସଂକଳ୍ପିତ ଭାରତ, ସଶକ୍ତ ଭାରତ” ରଖାଯାଇଛି।

ବିଜେପି ବିରୋଧରେ ଥାନାକୁ ଗଲା ବିଜେଡି

ବିଜେପି ବିରୋଧରେ ଭୁବନେଶ୍ୱର ଖାରବେଳ ନଗର ଥାନାରେ ଏତଲା ଦେଇଛି ବିଜେଡି। ଏତଲାରେ ବିଜେଡି ଦର୍ଶାଇଛି ଯେ ବିଜେପି ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ଠକିଛି। ବିଜେଡି ଅଭିଯୋଗ କରିଛି ଯେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ପାଇଁ ୨୦୧୪ ନିର୍ବାଚନୀ ଇସ୍ତାହାରରେ ବିଜେପି ପ୍ରତିଶ୍ରୁତି ଦେଇଥିଲା। ହେଲେ ତାହା ରକ୍ଷା କରିନି ବିଜେପି।

ବିଜେଡିରେ ଯୋଗ ଦେଲେ ବିଜେପି ନେତା କୃଷ୍ଣ ଚନ୍ଦ୍ର ପଣ୍ଡା

ବିଜେଡିରେ ମିଶିଲେ ବିଜେପିରୁ ସଦ୍ୟ ଇସ୍ତଫା ଦେଇଥିବା ପୁରୀ ନେତା କୃଷ୍ଣ ଚନ୍ଦ୍ର ପଣ୍ଡା। ବିଜେପିରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ କୃଷ୍ଣଚନ୍ଦ୍ର ପଣ୍ଡା ବିଜେଡିରେ ସାମିଲ ହୋଇଛନ୍ତି। ରବିବାର ବିଜେପି ପାର୍ଟି ଟିକେଟ୍‌ ବିକ୍ରି କରୁଥିବା ଅଭିଯୋଗ କରି କୃଷ୍ଣ ଚନ୍ଦ୍ର ପଣ୍ଡା ବିଜେପି ଛାଡ଼ିଥିଲେ। ସେ ପୁରୀ ଜିଲ୍ଲା ବିଜେପିର ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ। ସୋମବାର ସେ ବିଜେଡିରେ ମିଶିଛନ୍ତି।

ବଦଳିଗଲା ବିଜେପି ଇସ୍ତାହାରର ‘କଭର ପେଜ୍’ – କେବଳ ‘ମୋଦି’

ବିଜେପି ଏବେ କେବଳ ‘ମୋଦି’ ନାଁ ଜପୁଛି। ଦଳୀୟ ପୋଷ୍ଟର ବ୍ୟାନରରେ ’ମୋଦି’ଙ୍କ ଫଟୋ ଛାଇ ଯାଇଥିବା ବେଳେ ଆଜି ପ୍ରକାଶ ପାଇଥିବା ଇସ୍ତାହାରର କଭର ପେଜରେ ବି ରହିଛନ୍ତି ‘ମୋଦି’। ମୋଦି ମନ୍ତ୍ର ଜପି ଜପି ବିଜେପି ୨୦୧୯ ନିର୍ବାଚନ ବୈତରଣୀ ପାର୍ ହେବାକୁ ଚାହୁଁଛି। ୨୦୧୪ରେ ବିଜେପି ସରକାର ଗଠନ କରିବା ପୂର୍ବରୁ ଇସ୍ତାହାର ପ୍ରକାଶ କରିଥିଲା। ଏହି ଇସ୍ତାହାରରେ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଥିଲା ବିଜେପି। ୫ ବର୍ଷ ତଳେ ବିଜେପି ଯେଉଁ ଇସ୍ତାହାର ପତ୍ର ପ୍ରକାଶ କରିଥିଲା ସେ କଭର ପେଜରେ ମୋଦିଙ୍କ ସମେତ ଅନ୍ୟ ବରିଷ୍ଠ ନେତାଙ୍କ ଫଟୋ ଦେଖିବାକୁ ମିଳିଥିଲା।

ବିଜେପିର ପ୍ରତିଶ୍ରୁତି – ଜମ୍ମୁ କଶ୍ମୀରରୁ ହଟିବ ଧାରା ୩୭୦, ୩୫(ଏ)

ଲୋକସଭା ନିର୍ବାଚନର ବିଗୁଲ ବାଜି ସାରିଛି। ଏହା ଭିତରେ ଭାରତୀୟ ଜନତା ପାର୍ଟି ସୋମବାର ଦିନ ୨୦୧୯ ପାଇଁ ନିଜର ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି। ଏହି ଘୋଷଣା ପତ୍ରରେ ବିଜେପି ଜମ୍ମୁ କଶ୍ମୀରକୁ ବିଶେଷ  ରାଜ୍ୟ ମାନ୍ୟତା ଦେଉଥିବା ସମ୍ବିଧାନର ଅନୁଚ୍ଛେଦ ୩୫-ଏ  ବିଷୟରେ ଏକ ବଡ ଘୋଷଣା କରିଛନ୍ତି। ଆଉଥରେ ସରକାରକୁ ଆସିଲେ ଅନୁଚ୍ଛେଦ ୩୫-ଏ କୁ ଉଚ୍ଛେଦ କରିବାର ପ୍ରତିଶ୍ରୁତି ରଖିଛି ଭାରତୀୟ ଜନତା ପାର୍ଟି।

ପ୍ରାର୍ଥିପତ୍ର ଦାଖଲ କଲେ ଡାକ୍ତର ଦାମୋଦର ରାଉତ

ପ୍ରାର୍ଥିପତ୍ର ଦାଖଲ କଲେ ବରିଷ୍ଠ ନେତା ତଥା ବିଜେପି ପ୍ରାର୍ଥୀ ଡାକ୍ତର ଦାମୋଦର ରାଉତ। ଏରସମା-ବାଲିକୁଦା ବିଧାନସଭା ଆସନ ଲାଗି ଡାକ୍ତର ରାଉତ ନିଜ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନିରାଡମ୍ବରପୂର୍ଣ୍ଣ ଭାବେ ଅଳ୍ପ କିଛି ସମର୍ଥକଙ୍କ ସହ ଜଗତସିଂହପୁର ଉପ-ଜିଲ୍ଲାପାଳ ଓ ରିଟର୍ଣ୍ଣିଂ ଅଫିସର ମହେନ୍ଦ୍ର ପ୍ରତାପ ମହାନ୍ତିଙ୍କ ନିକଟରେ  ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଦାମୋଦର ରାଉତ।

କୋମନା ନିର୍ବାଚନୀ ସଭାରେ ମହିଳା କାର୍ଡ ଖେଳିଲେ ନବୀନ

ନୂଆପଡ଼ା ଜିଲ୍ଲା କୋମନାରେ ବିଜେଡିର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। କୋମନା ନିର୍ବାଚନୀ ସଭାରେ ନବୀନ ଉଦ୍‌ବୋଧନ ଦେଇଛନ୍ତି। ଏହି ଉଦ୍‌ବୋଧନରେ ନବୀନ ମହିଳାଙ୍କୁ ଗୁରୁତ୍ୱ ଦେଇଛନ୍ତି।

ଭଣ୍ଡାରିପୋଖରୀ ଆସନ ଲାଗି ପ୍ରାର୍ଥିପତ୍ର ଦାଖଲ କଲେ ନିରଞ୍ଜନ ପଟ୍ଟନାୟକ

ବରିଷ୍ଠ ନେତା ତଥା ଓଡ଼ିଶା ପ୍ରଦେଶ କଂଗ୍ରେସର ସଭାପତି ନିରଞ୍ଜନ ପଟ୍ଟନାୟକ ସୋମବାର ଭଦ୍ରକ ଭଣ୍ଡାରିପୋଖରୀ ବିଧାନସଭା ଆସନ ପାଇଁ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହା ହେଉଛି ପିସିସି ସଭାପତିଙ୍କ ଦ୍ୱିତୀୟ ପ୍ରାର୍ଥିପତ୍ର ଦାଖଲ। ଏହା ପୂର୍ବରୁ ସେ ଘସିପୁରା ଆସନ ଲାଗି ସେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଭଦ୍ରକ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନିରଞ୍ଜନ ପଟ୍ଟନାୟକ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଚଳିତ ନିର୍ବାଚନରେ ପିସିସ ସଭାପତି ନିରଞ୍ଜନ ପଟ୍ଟନାୟକ ଦୁଇଟି ସ୍ଥାନରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଥିଲେ। ଏପ୍ରିଲ ୨ରେ ଘସିପୁର ବିଧାନସଭା ଆସନ ଲାଗି ନିରଞ୍ଜନ ପଟ୍ଟନାୟକ ପ୍ରାର୍ଥିପତ୍ର ଦାଖଲ କରିଥିଲେ।

କେନ୍ଦ୍ର ବିଜେପି ଜାରି କଲା ଇସ୍ତାହାର ପତ୍ର

ଲୋକସଭା ନିର୍ବାଚନ ପାଇଁ କେନ୍ଦ୍ର ବିଜେପି ପକ୍ଷରୁ ସୋମବାର ଇସ୍ତାହାର ପତ୍ର ଜାରି କରିଛି। ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଇସ୍ତାହାର ଜାରି କରିଛନ୍ତି। ଏହି ଅବସରରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ବୈଦେଶିକ ମନ୍ତ୍ରୀ ଉପସ୍ଥିତ ରହିଥିଲେ। ବିଜେପିର ସଂକଳ୍ପ ପତ୍ର ୪୮ ପୃଷ୍ଠାର ରହିଛି। ଏହି ସଂକଳ୍ପ ପତ୍ରର ନାମ “ସଂକଳ୍ପିତ ଭାରତ, ସଶକ୍ତ ଭାରତ” ରଖାଯାଇଛି।

ବିଜେପି ଦେଲା ପ୍ରତିଶ୍ରୁତି – କ୍ଷୁଦ୍ର ଚାଷୀଙ୍କୁ ପେନ୍‌ସନ, ସବୁଘରକୁ ପାଣି

୨୦୧୯ ଲୋକସଭା ନିର୍ବାଚନ ପାଇଁ କେନ୍ଦ୍ର ବିଜେପି ସୋମବାର ସଂକଳ୍ପ ପତ୍ର ଜାରି କରିଛି। ଏହି ସଂକଳ୍ପ ପତ୍ରର ନାମ ରହିଛି “ସଂକଳ୍ପିତ ଭାରତ ଓ ସଶକ୍ତ ଭାରତ”। ୪୮ ପୃଷ୍ଠା ବିଶିଷ୍ଟ ଏହି ସଂକଳ୍ପପତ୍ରରେ ବିଜେପି ଅନେକ ପ୍ରତିଶ୍ରୁତି ଦେଇଛି। ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏଥର ଇସ୍ତାହାରରେ ବିଜେପି କ୍ଷୁଦ୍ର ଚାଷୀ ଓ ଗରିବଙ୍କୁ ଅଧିକ ଗୁରୁତ୍ୱ ଦେଇଛି। ୬୦ ବର୍ଷ ପରେ କ୍ଷୁଦ୍ର ଚାଷୀଙ୍କୁ ପେନସନ ଦିଆଯିବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଛି।

ଆସନ୍ତାକାଲି ପୁରୀରେ ରୋଡ ସୋ’ କରିବେ ଅମିତ ଶାହ

ତିନି ପ୍ରମୁଖ ଦଳ (ବିଜେଡି, ବିଜେପି, କଂଗ୍ରେସ) ପ୍ରଚାରକୁ ଜୋରସୋର କରିଛନ୍ତି। ବିଜେପିର ବହୁ ହେଭିୱେଟ୍‌ ନେତା ଓଡ଼ିଶାରେ ପ୍ରଚାର କରୁଛନ୍ତି। ଆସନ୍ତାକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ନିର୍ବାଚନୀ ପ୍ରଚାର ଲାଗି ପୁରୀ ଗସ୍ତରେ ଆସୁଛନ୍ତି। ଏପ୍ରିଲ ୭ରେ ଅସ୍କା ଲୋକସଭା ଆସନର ପୋଲସରା ନିର୍ବାଚନ ସଭାରେ ଯୋଗ ଦେଇଥିଲେ। ଏବଂ ନବୀନକୁ ଟାର୍ଗେଟ କରିଥିଲେ। ଠିକ୍‌ ଏହାର ଗୋଟେ ଦିନ ପରେ ଓଡ଼ିଶାକୁ ପୁଣିଥରେ ଆସୁଛନ୍ତି ଅମିତ ଶାହ।

ଆସନ୍ତାକାଲି ସରିବ ପ୍ରଥମ ପର୍ଯ୍ୟାୟ ଲାଗି ନିର୍ବାଚନୀ ପ୍ରଚାର

ଏପ୍ରିଲ୍‌ ୧୧ରେ ହେବ ପ୍ରଥମ ପର୍ଯ୍ୟାୟ ମତଦାନ। ପ୍ରଥମ ପର୍ଯ୍ୟାୟ ପାଇଁ ମଙ୍ଗଳବାର ଶେଷ ହେଉଛି ନିର୍ବାଚନୀ ପ୍ରଚାର। ୪ଟି ଲୋକସଭା ଆସନ ଓ ୨୮ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ। ଶେଷ ମୁହୂର୍ତ୍ତରେ ସମସ୍ତ ପ୍ରାର୍ଥୀ ସେମାନଙ୍କର ପ୍ରଚାରକୁ ଜୋରଦାର କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁରରେ ଭୋଟ୍‌ ଗ୍ରହଣ କରାଯିବ। ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀ ନିଜ ନିଜ ପ୍ରଚାର ଜୋରଦାର କରୁଛନ୍ତି।

ନିର୍ବାଚନ ସମ୍ପର୍କିତ ଆଉ କେତୋଟି ଖାସ୍‌ ଖବର – କ୍ଲିକ୍‌ କରନ୍ତୁ

ହଟ୍ ସିଟ୍ ପାରଳାଖେମୁଣ୍ଡି – କାହାକୁ କଲ୍ୟାଣ କରିବେ ଭୋଟର?

ବ୍ରହ୍ମପୁରରେ ତ୍ରିମୁଖୀ ଲଢ଼େଇ, କିଏ ମାରିବ ବାଜି?

ଗଞ୍ଜାମ-ଗଜପତି : ରାଜନୀତି ‘ବୋଇଲେ’ ପରିବାର

ହଟ୍ ସିଟ୍ ଦିଗପହଣ୍ଡି – କାହାର ହେବ ପହଣ୍ଡି ବିଜେ?

ହଟ୍ ସିଟ୍ ଚିତ୍ରକୋଣ୍ଡା – ଦାଦା ଓ ଝିଆରୀଙ୍କ ଭିତରେ ଲଢ଼େଇ

ବିଜେଡିକୁ ବି ଅଭାବ ଟାଣୁଆ ପ୍ରାର୍ଥୀ, ରାଜ୍ୟସଭା ନେତା ଭରସା!

Comment