ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ

ନିର୍ବାଚନ ମଇଦାନରେ ୩ ବଲିଉଡ ଷ୍ଟାର, କାହା ପାଖରେ ରହିଛି କେତେ ସମ୍ପତ୍ତି?

ଲୋକସଭା ନିର୍ବାଚନରେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ରାଜନୈତିକ ଦଳଗୁଡ଼ିକ ମଇଦାନକୁ ଓହ୍ଲାଇ ସାରିଛନ୍ତି। ହେଲେ ସବୁଠାରୁ ଅଧିକ ନଜର ନିର୍ବାଚନ ଲଢ଼ୁଥିବା ବଲିଉଡ ଷ୍ଟାରଙ୍କ ଉପରେ ରହିଛି। ଏଥର ନିର୍ବାଚନରେ ବଲିଉଡର ୩ ଲୋକପ୍ରିୟ ଷ୍ଟାରଙ୍କ ନାମ ରହିଛି। ସେମାନେ ହେଲେ ହେମାମାଳିନୀ, ଉର୍ମିଳା ମାତୋଣ୍ଡକର ଏବଂ ଜୟପ୍ରଦା। ଏହି ତିନି ଜଣ ନିଜର ପ୍ରାର୍ଥିପତ୍ର ମଧ୍ୟ ଦାଖଲ କରିସାରିଛନ୍ତି।

‘ମା’ମାନେ ବିକାଶର ଡବଲ ଇଞ୍ଜିନ’

ପ୍ରଥମ ପର୍ଯ୍ୟାୟ ଭୋଟକୁ ଆଉ ମଝିରେ ଗୋଟିଏ ଦିନ ବାକିଥିବା ବେଳେ ପ୍ରଚାର ଏବେ ଜୋରସୋରରେ ଚାଲିଛି। ବିଜେଡିର ଷ୍ଟାର ପ୍ରଚାରକ ନବୀନ ପଟ୍ଟନାୟକ ଆଜି କଳହାଣ୍ଡି ଜିଲ୍ଲା ଗସ୍ତ କରି ଜୟପାଟଣା ବ୍ଲକରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିଛନ୍ତି। କେନ୍ଦ୍ରକୁ ଟାର୍ଗେଟ କରିବା ଢଙ୍ଗରେ ନବୀନ କହିଛନ୍ତି ମା ମାନେ ହିଁ ପ୍ରକୃତରେ ବିକାଶର ଡବଲ ଇଞ୍ଜିନ୍‌।

ଦିନକ ପରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ଆଜି ସରୁଛି ପ୍ରଚାର

ଆଉ ଦିନକ ପରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ୪ଲୋକସଭା ଆସନ ସହ ୨୮ବିଧାନସଭା ଆସନ ଲାଗି ଏପ୍ରିଲ ୧୧ରେ ନିର୍ବାଚନ ହେବ। ହାତରେ ଆଉ ଅଳ୍ପ ସମୟ ବାକିଥିବାରୁ ତିନି ପ୍ରମୁଖ ଦଳ (ବିଜେପି, ବିଜେଡି,କଂଗ୍ରେସ)ସେମାନଙ୍କର ପ୍ରଚାରକୁ ଜୋରସୋର କରିଛନ୍ତି।

ଆଜି ଆସୁଛନ୍ତି ଅମିତ ଶାହ, ପୁରୀରେ କରିବେ ରୋଡ ସୋ’

ତିନି ପ୍ରମୁଖ ଦଳ (ବିଜେଡି, ବିଜେପି, କଂଗ୍ରେସ) ପ୍ରଚାରକୁ ଜୋରସୋର କରିଛନ୍ତି। ବିଜେପିର ବହୁ ହେଭିୱେଟ୍‌ ନେତା ଓଡ଼ିଶାରେ ପ୍ରଚାର କରୁଛନ୍ତି। ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଅପରାହ୍‌ଣ ୫ଟାରେ ଅମିତ ଶାହ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ସିଧାସଳଖ ପୁରୀ ଗସ୍ତ କରିବେ। ସଂଧ୍ୟା ୬ଟାରେ ମହାପ୍ରଭୁଙ୍କ ଦର୍ଶନ କରିସାରିବା ପରେ ପୁରୀ ବଡ଼ଦାଣ୍ଡରୁ ରୋଡ୍‌ ସୋ’ ଆରମ୍ଭ କରିବେ। ରୋଡ୍‌ ସୋ’ ବଡ଼ଦାଣ୍ଡରୁ ଆରମ୍ଭ ହୋଇ ମାଉସୀ ମା’ ମନ୍ଦିର ଯାଏଁ ହେବ। ଏହାପରେ ଶରଧାବାଲିରେ ଏକ ସଭାରେ ଉଦ୍‌ବୋଧନ ଦେବେ ଶାହ।

ବୈଜୟନ୍ତଙ୍କୁ ନେଇ ଭର୍ତ୍ତୃହରି ବଖାଣିଲେ ହାଇଜମ୍ପ୍ ଓ ଲଙ୍ଗଜମ୍ପ୍ ଥିଓରି

“ପିଲାଦିନେ ସ୍କୁଲରେ ପଢ଼ିଲା ବେଳେ ମୁଁ ଦେଖିଛି ହାଇଜମ୍ପ୍‌ ଓ ଲଙ୍ଗଜମ୍ପ୍‌। ମୁଁ କେବେ ସେଥିରେ ଭାଗ ନେଇନି। ଯେଉଁମାନେ ସେତେବେଳେ ଏଥିରେ ଭାଗ ନେଇଥିଲେ ବୋଧହୁଏ ବତ୍ତର୍ମାନ ରାଜନୀତିରେ ହାଇଜମ୍ପ୍‌ ଓ ଲଙ୍ଗଜମ୍ପ୍‌ କରୁଛନ୍ତି’’, ଓଡ଼ିଶାଲାଇଭ୍‌କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଏହା କହିଛନ୍ତି ଭର୍ତ୍ତୃହରି ମହତାବ।

ନିର୍ବାଚନ ସମ୍ପର୍କିତ ଆଉ କେତୋଟି ଖାସ୍‌ ଖବର – କ୍ଲିକ୍‌ କରନ୍ତୁ

ବେଗୁସରାଇ ଆସନ ଲାଗି ଆଜି ପ୍ରାର୍ଥିପତ୍ର ଭରିବେ କହ୍ନେୟା କୁମାର

ଖୋଲିଲା ନବୀନଙ୍କ ଫିଟନେସ୍ ଭିଡିଓର ରହସ୍ୟ!

ହଟ୍ ସିଟ୍ ପାରଳାଖେମୁଣ୍ଡି – କାହାକୁ କଲ୍ୟାଣ କରିବେ ଭୋଟର?

Comment