ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।
ଆସିଲା ବିଜେଡିର ଇସ୍ତାହାର – କ’ଣ ନାହିଁ ଏଥିରେ?
ବିଜେଡି ମଙ୍ଗଳବାର ୨୦୧୯ ନିର୍ବାଚନ ଲାଗି ଇସ୍ତାହାର ଘୋଷଣା କରିଛି। ଯେଉଁଥିରେ ଅନେକ କିଛି ଉଲ୍ଲେଖ ରହିଛି। ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଇସ୍ତାହାର ଘୋଷଣା କରାଯାଇଛି। ଏଥର ବିଜେଡିର ଇସ୍ତାହାରର ଥିମ୍ ରହିଛି ‘ନବୀନ ଓଡ଼ିଶା ଶସକ୍ତ ଓଡ଼ିଶା’।
ବିଜେଡିର କାଳିଆ ଚିନ୍ତା – ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ନିଜେ ଫେରାଦ ହେଲେ ନବୀନ
ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଟଙ୍କା ଅଟକାଯିବାକୁ ନେଇ ନିଜେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛନ୍ତି। କାଳିଆ ଯୋଜନାର ଟଙ୍କା କେନ୍ଦ୍ର ସରକାର ଅଟକାଇ ଦେଇଥିବା ଅଭିଯୋଗରେ ବିଜେଡି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲା। ଏପରିକି ନୂଆଦିଲ୍ଲୀରେ ଭାରତୀୟ ନିର୍ବାଚନ କମିଶନଙ୍କୁ ମଧ୍ୟ ବିଜେଡି ପ୍ରତିନିଧି ମଣ୍ଡଳୀ ଭେଟି ଫେରାଦ ହୋଇଥିଲେ। କିନ୍ତୁ କିଛି ସୁଫଳ ମିଳି ନଥିଲା। କାଳିଆ ଯୋଜନାରେ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଆସି ନଥିଲା।

ପ୍ରଥମ ପର୍ଯ୍ୟାୟ ଲୋକସଭା ଭୋଟ : ବିଜେଡିର ୪ ରୁ ୪ ନୂଆମୁହଁଙ୍କ ଭାଗ୍ୟ ପରୀକ୍ଷା
ଏଥର ୨୦୧୯ ନିର୍ବାଚନରେ ନବୀନଙ୍କ ନୂଆ ଏକ୍ସପେରିମେଣ୍ଟ। ୪ନୂଆ ମୁହଁଙ୍କ ଭାଗ୍ୟ ପରୀକ୍ଷା ଏପ୍ରିଲ ୧୧ରେ। ଆସନ୍ତା ୧୧ ତାରିଖରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଭୋଟରେ କଳାହାଣ୍ଡି, ନବରଙ୍ଗପୁର,ବ୍ରହ୍ମପୁର,କୋରାପୁଟ ସଂସଦୀୟ ଆସନ ପାଇଁ ମତଦାନ ହେବ। ଏଣୁ ନିର୍ବାଚନ ପାଣିପାଗ ଏଠାରେ ସରଗରମ ହୋଇପଡ଼ିଛି। ସମସ୍ତ ବିଧାନସଭା ଆସନ ଓ ଲୋକସଭା ଆସନରେ ତ୍ରିମୁଖୀ ଲଢ଼େଇ ହେବା ବର୍ତ୍ତମାନଠାରୁ ସ୍ପଷ୍ଟ ପ୍ରମାଣିତ ହୋଇଛି। ଆସନ୍ତୁ ନଜର ପକାଇବା ପ୍ରଥମ ପର୍ଯ୍ୟାୟରେ ହେବାକୁଥିବା ୪ଲୋକସଭା ଆସନ ଲାଗି ବିଜେଡି କେଉଁ ନୂଆ ମୁହଁଙ୍କୁ ନେଇ ଏକ୍ସପେରିମେଣ୍ଟ କରିଛି।
ବିଜେପିରେ ଯୋଗ ଦେଲେ ରବି ପାଣି
ପାଲଲହଡ଼ାର ପୂର୍ବତନ ବିଧାୟକ ରବି ନାରାୟଣ ପାଣି ଆଜି ବିଜେପିରେ ଯୋଗ ଦେଇଛନ୍ତି। ଶହ ଶହ ସମର୍ଥକଙ୍କୁ ନେଇ ରବି ଆଜି ପଦ୍ମ ଧରିଛନ୍ତି। ଗତ ରବିବାର ଦିନ ରବି ବିଜେଡିରୁ ଇସ୍ତଫା ଦେଇଥିଲେ।

କଂଗ୍ରେସରେ କେଁ – ଦଳ ଛାଡ଼ିଲେ ରାଜ୍ୟ ମହିଳା ସଭାନେତ୍ରୀ
କଂଗ୍ରେସ ଛାଡ଼ିଲେ ସୁମିତ୍ରା ଜେନା। ରାଜ୍ୟମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଦଳ ଛାଡ଼ିଛନ୍ତି। ସେ କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଲାଗି ସେ ଦଳ ଛାଡ଼ିଲେ। ଏ ସହିତ ସେ ନିଜ ଇସ୍ତଫା ପତ୍ରରେ ଅନେକ କିଛି କଥା ଉଲ୍ଲେଖ କରିଛନ୍ତି ସେ କହିଛନ୍ତି, ”ମୁଁ ୧୨ବର୍ଷ ହେବ କଂଗ୍ରେସ ସହ କାମ କରିଆସୁଛି। ଦଳ ଏଥର କଂଗ୍ରେସର ପତାକା ଧରିନଥିବା ଓ ଦଳରେ ପ୍ରାଥମିକ ସଦସ୍ୟ ନଥିବା ବ୍ୟକ୍ତିଙ୍କୁ ଘରୁ ଡାକି ଟିକେଟ ଦେଇଛି।”

ନିର୍ବାଚନ ମଇଦାନରେ ୩ ବଲିଉଡ ଷ୍ଟାର, କାହା ପାଖରେ ରହିଛି କେତେ ସମ୍ପତ୍ତି?
ଲୋକସଭା ନିର୍ବାଚନରେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ରାଜନୈତିକ ଦଳଗୁଡ଼ିକ ମଇଦାନକୁ ଓହ୍ଲାଇ ସାରିଛନ୍ତି। ହେଲେ ସବୁଠାରୁ ଅଧିକ ନଜର ନିର୍ବାଚନ ଲଢ଼ୁଥିବା ବଲିଉଡ ଷ୍ଟାରଙ୍କ ଉପରେ ରହିଛି। ଏଥର ନିର୍ବାଚନରେ ବଲିଉଡର ୩ ଲୋକପ୍ରିୟ ଷ୍ଟାରଙ୍କ ନାମ ରହିଛି। ସେମାନେ ହେଲେ ହେମାମାଳିନୀ, ଉର୍ମିଳା ମାତୋଣ୍ଡକର ଏବଂ ଜୟପ୍ରଦା। ଏହି ତିନି ଜଣ ନିଜର ପ୍ରାର୍ଥିପତ୍ର ମଧ୍ୟ ଦାଖଲ କରିସାରିଛନ୍ତି।
‘ମା’ମାନେ ବିକାଶର ଡବଲ ଇଞ୍ଜିନ’
ପ୍ରଥମ ପର୍ଯ୍ୟାୟ ଭୋଟକୁ ଆଉ ମଝିରେ ଗୋଟିଏ ଦିନ ବାକିଥିବା ବେଳେ ପ୍ରଚାର ଏବେ ଜୋରସୋରରେ ଚାଲିଛି। ବିଜେଡିର ଷ୍ଟାର ପ୍ରଚାରକ ନବୀନ ପଟ୍ଟନାୟକ ଆଜି କଳହାଣ୍ଡି ଜିଲ୍ଲା ଗସ୍ତ କରି ଜୟପାଟଣା ବ୍ଲକରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିଛନ୍ତି। କେନ୍ଦ୍ରକୁ ଟାର୍ଗେଟ କରିବା ଢଙ୍ଗରେ ନବୀନ କହିଛନ୍ତି ମା ମାନେ ହିଁ ପ୍ରକୃତରେ ବିକାଶର ଡବଲ ଇଞ୍ଜିନ୍।
ଦିନକ ପରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ଆଜି ସରୁଛି ପ୍ରଚାର
ଆଉ ଦିନକ ପରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ୪ଲୋକସଭା ଆସନ ସହ ୨୮ବିଧାନସଭା ଆସନ ଲାଗି ଏପ୍ରିଲ ୧୧ରେ ନିର୍ବାଚନ ହେବ। ହାତରେ ଆଉ ଅଳ୍ପ ସମୟ ବାକିଥିବାରୁ ତିନି ପ୍ରମୁଖ ଦଳ (ବିଜେପି, ବିଜେଡି,କଂଗ୍ରେସ)ସେମାନଙ୍କର ପ୍ରଚାରକୁ ଜୋରସୋର କରିଛନ୍ତି।






















