ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଉ ମାତ୍ର ଗୋଟେ ଦିନ ରହିଲା। ଏହି କ୍ରମରେ ସବୁ ରାଜନୈତିକ ଦଳମାନେ ପ୍ରଚାର ଜୋରସୋରରେ ଚଳାଇଛନ୍ତି। ଆଜି ଲାଞ୍ଜିଗଡ଼ ଓ ନର୍ଲାରେ ପ୍ରଚାର କରିବେ ନବୀନ। ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହି ପ୍ରଚାର ପୂର୍ବରୁ ମା ମାଣିକେଶ୍ୱରୀଙ୍କୁ ଦର୍ଶନ କରିଛନ୍ତି ନବୀନ। ଏହା ପରେ ହେଲିକପ୍ଟର ଯୋଗେ ନର୍ଲାରେ ପହଞ୍ଚିବେ। ସେଠାରେ ହାଇଟେକ ବସ୍‌ରେ ରୋଡ ସୋ’ ଓ ମାରାଥନ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।

ନବୀନ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ପ୍ରଚାରରେ ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ଗସ୍ତ କରିଥିଲେ। ଏହାପରେ ଭବାନୀପାଟଣା ସହରସ୍ଥିତ ଇରିଗେସନ ଆଇବିରେ ରାତ୍ରି ରହଣିରେ କରିଥିଲେ। ମାଣିକେଶ୍ୱରୀ ମନ୍ଦିର ଯାଇ ଦର୍ଶନ କରିଛନ୍ତି ନବୀନ। ଏଠାରୁ ହେଲିପେଡ଼କୁ ଯାଇ ଜୟପାଟଣା ବ୍ଲକର ଅଁଲାଭଟା ନିକଟସ୍ଥ ଚାଚିକୁଡ଼ା ଦଶପଡ଼ାଠାରେ ଜନସାଧାରଣଙ୍କୁ ଉଦବୋଧନ ଦେବେ। ଦିନ ୧୨ଟାରେ ହ୍ୟାଲିକପ୍ଟର ଯୋଗେ ତୁଳାପଡ଼ାଠାରେ ପହଞ୍ଚି ଜନସାଧାରଣଙ୍କୁ ଉଦବୋଧନ ଦେବେ।

ପରେ ଭୁବନେଶ୍ୱର ଅଭିମୁଖେ ଫେରିଯିବେ। ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭବାନୀପାଟଣା ସହରରେ ରାତ୍ରି ରହଣି କରିଥିଲେ। ଏ ନେଇ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Comment