ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ

ପ୍ରଥମ ପର୍ଯ୍ୟାୟ ଲାଗି ମାରାଥନ ପ୍ରଚାର ଶେଷ ପରେ ଆଜିଠୁ ଦ୍ଵିତୀୟ ପର୍ଯ୍ୟୟ ଲାଗି ପ୍ରଚାର ଆରମ୍ଭ କରିବେ ନବୀନ

ଆସନ୍ତାକାଲି ସାଧାରଣ ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ସେଥିଲାଗି ନିର୍ବାଚନର ୪୮ଘଣ୍ଟା ଆଗରୁ ପ୍ରଚାର ଶେଷ ହୋଇଛି। ବିଜେଡିର ଷ୍ଟାର ପ୍ରଚାରକ ନବୀନ ପଟ୍ଟନାୟକ ଶେଷଦିନରେ କଳହାଣ୍ଡି ଓ ନର୍ଲାରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ମାରାଥନ ପ୍ରଚାର କରିବା ପରେ ଆଜିଠୁ ବାକି ପର୍ଯ୍ୟାୟ ଲାଗି ପ୍ରଚାର ଆରମ୍ଭ କରିବେ। ଆଜି ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଜି ଆମେଠୀ ଲାଗି ପ୍ରାର୍ଥିପତ୍ର ଭରିବେ ରାହୁଲ ଗାନ୍ଧି

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ଆମେଠୀ ଲୋକସଭା ଆସନ ପାଇଁ ପ୍ରାର୍ଥିପତ୍ର ଭରିବେ। ରାହୁଲଙ୍କ ସାଙ୍ଗରେ ମା’ ସୋନିଆ ଗାନ୍ଧି, ଭଉଣୀ ପ୍ରିୟଙ୍କା ଗାନ୍ଧି ରହିବେ। ହଜାର ହଜାର ସମର୍ଥକଙ୍କ ସହ ରାହୁଲ ୩ କିଲୋମିଟରର ରୋଡ ସୋ କରି ପ୍ରାର୍ଥିପତ୍ର ଭରିବେ। ଆମେଠୀରେ ପଞ୍ଚମ ପର୍ଯ୍ୟାୟରେ ଅର୍ଥାତ୍‌ ମେ ୬ରେ ମତାଦାନ ହେବ।

ଆସନ୍ତାକାଲି ସାଧାରଣ ନିର୍ବାଚନ, ପ୍ରସ୍ତୁତି ଚୂଡ଼ାନ୍ତ

ଆସନ୍ତାକାଲି ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ୪ଲୋକସଭା ସହ ୨୮ ବିଧାନସଭା ଆସନ ଲାଗି ମତଦାନ ହେବ। ବ୍ରହ୍ନପୁର, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର ଲୋକସଭା ଆସନ ଅଧୀନରେ ଆସୁଥିବା ବିଧାନସଭା ଲାଗି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା ଜନାର୍ଦ୍ଦନ।

୪ଲୋକସଭା ଆସନ ଲାଗି ମୋଟ ପ୍ରାର୍ଥୀ ଅଛନ୍ତି ୨୮ ଜଣ ସେହିପରି ୨୮ଟି ବିଧାନସଭା ଆସନ ଲାଗି ମୋଟ ପ୍ରାର୍ଥୀ ଅଛନ୍ତି ୧୯୧ ଜଣ। ଏହାସହିତ ପ୍ରଥମ ପର୍ଯ୍ୟାୟରେ ମୋଟ ୬୦ଲକ୍ଷରୁ ଅଧିକ  ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ।

ଓଡ଼ିଶାରେ ପ୍ରଥମଥର ଲାଗି ବେର୍ଲି ବାଲାଟ ପେପରରେ ଭୋଟ ଦେବେ ଭିନ୍ନକ୍ଷମ ଭୋଟର

ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ଅନୁଷ୍ଠିତ ହେବ। ୪ଲୋକସଭା ଲାଗି ୨୮ଜଣ ପ୍ରାର୍ଥୀ ଓ ୨୮ବିଧାନସଭା ଲାଗି ୧୯୧ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ମୋଟ ୭୨୩୩ଟି ପୋଲିଂ ଷ୍ଟେସନ କରାଯାଇଛି। ଏଥର ଭିନ୍ନକ୍ଷମ ଭୋଟରଙ୍କ ସଂଖ୍ୟା ରହିଛି ୧୦୩୩୦୭। ଏମାନଙ୍କ ଲାଗି ପ୍ରଥମଥର ଓଡ଼ିଶାରେ ବେର୍ଲି ବାଲଟ ପେପର ବ୍ୟବସ୍ଥା କରାଯାଇଛି।

ପ୍ରଥମ ପ୍ରର୍ଯ୍ୟାୟ ନିର୍ବାଚନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୬୦ଲକ୍ଷରୁ ଅଧିକ ଭୋଟର

ରାଜ୍ୟରେ ଆସନ୍ତା ୧୧ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ୪ ଲୋକସଭା (କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ନପୁର,କୋରାପୁଟ)ସହ ୨୮ ବିଧାନସଭା ଆସନ ଲାଗି ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ୭୨୩୩ ବୁଥରେ ନିର୍ବାଚନ ହେବ। ପାଖାପାଖି ୬୦ ଲକ୍ଷ ୩ହଜାର ୭୦୭  ଜଣ ଭୋଟର ପ୍ରଥମ ପର୍ଯ୍ୟାନ ଲାଗି ନିଜର ମତଦାନ ସାବ୍ୟସ୍ତ କରିବେ।

ନିର୍ବାଚନ ସମ୍ପର୍କିତ ଆଉ କେତୋଟି ଖାସ୍‌ ଖବର – କ୍ଲିକ୍‌ କରନ୍ତୁ

ପ୍ରଥମ ଚାରି ଆସନ – କାଣ୍ଟେ କି ଟକ୍କର

ବିଜେଡି-ବିଜେପି ପାଇଁ ‘କର ବା ମର’ ପରିସ୍ଥିତି

ମୁଁ ଦୁଇ ମା’ଙ୍କ ପାଇଁ ପ୍ରଚାର କରୁଛି – ବାବୁସାନ

ରହିଛି ରହିବି ବିଜେଡି ପାଇଁ – ଅରିନ୍ଦମ

ବେଗୁସରାଇ ଆସନ ଲାଗି ଆଜି ପ୍ରାର୍ଥିପତ୍ର ଭରିବେ କହ୍ନେୟା କୁମାର

Comment