ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

“ମୁଁ ଜଣେ ନୁହେଁ, ଦୁଇ ଦୁଇଟି ମା’ଙ୍କ ପାଇଁ ନିର୍ବାଚନ ପ୍ରଚାର କରୁଛି”, କହିଛନ୍ତି ଓଲିଉଡ ଷ୍ଟାର ବାବୁସାନ ମହାନ୍ତି।

ବାବୁସାନଙ୍କ ମା’ ଅପରାଜିତା ମହାନ୍ତି ଭୁବନେଶ୍ୱର-ଉତ୍ତର ବିଧାନସଭା ଆସନରୁ ବିଜେପିର ପ୍ରାର୍ଥୀ ହୋଇଛନ୍ତି। ମା’ଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବାବୁସାନ।

ପଟିଆ କଳାରାହଙ୍ଗରେ ହେଉଥିବା ଏକ ନିର୍ବାଚନ ରାଲିରେ ମା’ ଅପରାଜିତାଙ୍କ ପାଇଁ ପ୍ରଚାର କରିଥିଲେ ବାବୁସାନ। ଏହି ରାଲିରେ ବାବୁସାନଙ୍କୁ ଭେଟିଥିଲା ଓଡ଼ିଶାଲାଇଭ୍ ଟିମ୍। ଏହି ଅବସରରେ ବାବୁସାନ କହିଥିଲେ ଯେ ସେ ଦୁଇଟି ମା’ଙ୍କ ପାଇଁ ପ୍ରଚାର କରୁଛନ୍ତି।

ନିର୍ବାଚନ  ପାଖେଇ ଆସୁଥିବାରୁ କମ୍ପୁଛି ପ୍ରଚାର ମଇଦାନ। ପ୍ରଚାର ମଇଦାନରେ ସବୁ ପ୍ରାର୍ଥୀ ନିଜର ଦମ୍ ଦେଖାଇଛନ୍ତି। ବିଜେପିର ଭୁବନେଶ୍ୱର-ଉତ୍ତର ବିଧାୟିକା ପ୍ରାର୍ଥୀ ଅପରାଜିତା ମହାନ୍ତି ମଧ୍ୟ ଏଥିରୁ ବାଦ୍ ପଡ଼ି ନାହାନ୍ତି। ନିକଟରେ ପଟିଆସ୍ଥିତ କଳାରହଙ୍ଗରେ ଏକ ନିର୍ବାଚନ ପ୍ରଚାର ସମୟରେ ତାଙ୍କ ସହିତ ଥିଲେ ପୁଅ ବାବୁସାନ ଏବଂ ଭୁବନେଶ୍ୱର ବିଜେପି ଲୋକସଭା ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ।

ଓଡ଼ିଶାଲାଇଭ୍ ଟିମ୍ ବାବୁସାନଙ୍କୁ ପ୍ରଶ୍ନ କକରିଥିଲା ଯେ ମା’ଙ୍କ ସହ ପ୍ରଚାର କରି କିପରି ଅନୁଭବ କରୁଛନ୍ତି?

ଏହାର ଉତ୍ତରରେ ସେ କହିଥିଲେ, “ମୁଁ ମୋର ଦୁଇଜଣ ମା’ଙ୍କ ପାଇଁ ପ୍ରଚାର କରୁଛନ୍ତି ଓ ମୋର ଦୃଢ ବିଶ୍ୱାସ ଯେ ମୋର ଦୁଇ ମା ନିଶ୍ଚିତ ବିଜୟୀ ହେବେ।

ଅପରାଜିତା ମହାନ୍ତି କହିଥିଲେ, “ମୁଁ ବହୁତ ଖୁସି ମୋ’ ସହିତ ମୋ’ ପୁଅ ରହିଛି। ଭୁବନେଶ୍ୱରରୁ ଦୁଇ ଅପରାଜିତାଙ୍କ ବିଜୟ ନିଶ୍ଚିତ।”

ଏହି ରାଲିରେ ଯୋଗ ଦେଇଥିବା ଅପରାଜିତା ଷଡ଼ଙ୍ଗୀ କହିଥିଲେ,  “ବିଜେପି କଥାରେ ନୁହେଁ, କାମରେ ବିଶ୍ୱାସ କରେ। ସେଥିପାଇଁ ଆମ ବିଜୟ ସୁନିଶ୍ଚିତ।”

Comment