ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ଅନେକ ମନ୍ଦିର ଅଛି, ଯାହା ସହିତ ଅନେକ ରହସ୍ୟ ଯୋଡ଼ି ହୋଇ ରହିଛି। ପ୍ରତ୍ୟେକ ମନ୍ଦିରର କିଛି ନା କିଛି ଅଲୌକିକତା ରହିଛି, ଯାହା ଲୋକଙ୍କ ଆସ୍ଥା ଏବଂ ବିଶ୍ୱାସକୁ ବଢ଼ାଇ ଦେଇଥାଏ।

ପିଥୋରଗଡ଼ ଶିବ ମନ୍ଦିର:  ଏପରି ଏକ ରହସ୍ୟମୟ ମନ୍ଦିର ଉତ୍ତରାଖଣ୍ଡର ପିଥୋରଗଡ଼ରେ ରହିଛି। ମନ୍ଦିରକୁ କେବଳ ଗୋଟିଏ ରାତିରେ ନିର୍ମାଣ କରାଯାଇଥିଲା। ଏଠାରେ ଭଗବାନ ଶିବ ପୂଜା ପାଉଛନ୍ତି, ଯାହା ହଣ୍ଡିୟା ଦେଭାଲ ନାମରେ ମଧ୍ୟ ପରିଚିତ। ମନ୍ଦିର ନିର୍ମାଣ ପଛରେ ରହିଥିବା ଲୋକବାଣୀ ଅନୁଯାୟୀ, ଗୋଟିଏ ହାତଥିବା ଜଣେ ଶିଳ୍ପୀ ଏହାକୁ ଗୋଟିଏ ରାତିରେ ନିର୍ମାଣ କରିଥିଲେ।

ମନ୍ଦିରକୁ ଶୀଘ୍ର ନିର୍ମାଣ କରିବା ନିଶାରେ ସେ ଶିବଲିଙ୍ଗକୁ ବିପରୀତ ଦିଗରେ ସ୍ଥାପନ କରିଦେଇଥିଲେ। ଯେଉଁଥିପାଇଁ ଏହା ଶିବ ମନ୍ଦିର ଭାବେ ଖ୍ୟାତ ହୋଇଥିଲେ ସୁଦ୍ଧା ସେଠାରେ ଥିବା ଲିଙ୍ଗ ପୂଜା ପାଇ ନ ଥାନ୍ତି।

ଗୋବିନ୍ଦ ଦେବ ଜୀ ମନ୍ଦିର: ଉତ୍ତରପ୍ରଦେଶର ବୃନ୍ଦାବନରେ ରହିଛି ଗୋବିନ୍ଦ ଦେବ ଜୀ ମନ୍ଦିର। ଅତି ପାଖରୁ ଦେଖିଲେ ମନ୍ଦିରଟି ଅଧା ନିର୍ମାଣ ହୋଇଥିବା ଭଳି ଜଣାପଡ଼େ। କୁହାଯାଏ ମନ୍ଦିରଟି ଗୋଟିଏ ରାତିରେ ହିଁ ନିର୍ମାଣ ହୋଇଥିଲା। ଏବଂ ଏହାକୁ ଭୂତ କିମ୍ବା ଦିବ୍ୟଶକ୍ତି ସବୁ ଏକାଠି ମିଶି ନିର୍ମାଣ କରିଥିଲେ। ଲୋକକଥା ଅନୁସାରେ ସକାଳ ହେବା ପୂର୍ବରୁ ଏଠାରେ କେି ଯେମିତି ଚକି ଚଳାଉଥିବାର ଶୁଣିବାକୁ ମିଳିଥିଲା ଏବଂ ଏହି ଶବ୍ଦ ଯୋଗୁ ମନ୍ଦିର ନିର୍ମାଣ କରୁଥିବା ଶିଳ୍ପୀ କାମ ଅଧାରୁ ଛାଡ଼ି ଚାଲିଯାଇଥିବା ଅନୁମାନ କରାଯାଏ।

ଦେବଘରର ଶିବ ମନ୍ଦିର: ଝାଡ଼ଖଣ୍ଡର ଦେବଘରରେ ଥିବା ଶିବ ମନ୍ଦିର ଖୁବ ପ୍ରସିଦ୍ଧ। କୁହାଯାଏ ଦେବଶିଳ୍ପୀ ବିଶ୍ୱକର୍ମା ଏହି ମନ୍ଦିରକୁ ଗୋଟିଏ ରାତିରେ ହିଁ ନିର୍ମାଣ କରିଥିଲେ। ଏହି ମନ୍ଦିର ପରିସରରେ ମା’ ପାର୍ବତୀଙ୍କର ମଧ୍ୟ ମନ୍ଦିରଟିଏ ରହିଛି। ମନ୍ଦିରଟି ନିର୍ମାଣ ହେଉ ହେଉ ସକାଳ ହୋଇଯାଇଥିବାରୁ, ମନ୍ଦିରଟି ଅର୍ଦ୍ଧ ନିର୍ମିତ ହୋଇ ରହିଛି ବୋଲି କୁହାଯାଏ।  ଏବେ ମନ୍ଦିରର ଅବସ୍ଥା ସେତେ ଭଲ ନାହିଁ।

Comment