ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବହୁମୁଖୀ ପ୍ରତିଭାର ଧନୀ ହେଉଛନ୍ତି ପୂଜା ଭଟ୍ଟ। ସେ ଏକାଧାରରେ ଜଣେ ମଡେଲ, ଅଭିନେତ୍ରୀ, ପ୍ରଯୋଜିକା ଓ ନିର୍ଦ୍ଦେଶିକା। ୨୪ ଫେବ୍ରୁଆରି ୧୯୭୨ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ପୂଜା ଅଭିନୟରୁ ହିଁ ନିଜ କ୍ୟାରିୟରର ଆରମ୍ଭ କରିଥିଲେ। ପୂଜାର ନିଜ ବାପା ମହେଶ ଭଟ୍ଟଙ୍କ ନିର୍ଦ୍ଦେଶିତ ଫିଲ୍ମ ଡାଡିରୁ ହିଁ ଅଭିନୟ ଜଗତରେ ପାଦ ଥାପିଥିଲେ। ୧୯୯୦ରେ ଏହି ଫିଲ୍ମଟି ହୋଇଥିଲା। ସେତେବେଳେ ପୂଜାଙ୍କୁ ମାତ୍ର ୧୭ ବର୍ଷ ହୋଇଥିଲା।
୧୯୯୧ରେ ଫିଲ୍ମ ‘ଦିଲ ହୈ କି ମାନତା ନହିଁ’ ତାଙ୍କର ଦ୍ୱିତୀୟ ଫିଲ୍ମ ଥିଲା। ଏହା ତାଙ୍କର ଆଉଗୋଟେ ସୁପରହିଟ୍ ଫିଲ୍ମ। ମହେଶ ଭଟ୍ଟଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପୂଜାଙ୍କ ଅପୋଜିଟ୍ରେ ଅମିର ଖାନ୍ ଥିଲେ। ପୂଜାଙ୍କର ସଡ଼କ ଫିଲ୍ମ ବି ସୁପରହିଟ୍ ଫିଲ୍ମମାନଙ୍କ ମଧ୍ୟରେ ଗୋଟେ।
୧୯୯୨ରେ ପୂଜା “ଫିର ତେରୀ କାହାନୀ ୟାଦ ଆୟି’, ସର ଭଳି ହିଟ୍ ଫିଲ୍ମରେ କାମ କରିଛନ୍ତି। ୧୯୯୨ରୁ ୯୬ ପର୍ଯ୍ୟନ୍ତ ତଡିପାର, ଚୋର ଔର ଚାନ୍ଦ, ନାରାଜ, ଚାହତ, ହମ୍ ଦୋନ ଭଳି ଫିଲ୍ମ ଅଭିନୟ କରିଥିଲେ।
୧୯୯୭ରେ ପୂଜା ଭଟ୍ଟ ଫିଲ୍ମ ନିର୍ମାଣ କ୍ଷେତ୍ରରେ ପାଦ ରଖିଥିଲେ। ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ର ହେଉଛି ପାପ୍। ୨୦୦୩ରେ ରିଲିଜ୍ ହୋଇଥିବା ଏହି ଫିଲ୍ମରେ ଉଦିତା ଗୋସ୍ୱାମୀ, ଜନ୍ ଆବ୍ରାହମ୍ ପ୍ରମୁଖ ଅଭିନୟ କରିଥିଲେ। ୨୦୦୬ରେ ପୂଜାଙ୍କ ନିର୍ଦ୍ଦେଶିତ ଦ୍ୱିତୀୟ ଫିଲ୍ମଟି ହେଲା ହଲିଡେ। ୨୦୧୨ରେ ଜିସ୍ମ ୨ ଫିଲ୍ମ ଜରିଆରେ ବଲିଉଡରେ ସନ୍ନି ଲିଓନିଙ୍କୁ ଲଞ୍ଚ କରିଥିଲେ ପୂଜା।