ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ନବରଙ୍ଗପୁର ଜିଲ୍ଲା ନନ୍ଦ।ହାଣ୍ଡି ବ୍ଲକର ପକନାଗୁଡ଼ା ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି। ଏହି ବୁଥରେ ମୋଟ ୩୭୨ ଜଣ ଭୋଟର ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଗୋଟିଏ ମଧ୍ୟ ଭୋଟ ପଡ଼ିନାହିଁ।

ଗାଁରେ ଅନେକ ଦିନହେବ ଜଳ ସମସ୍ୟା , ବିଜୁଳି , ରାସ୍ତା ସମସ୍ୟା ରହିଥିବା ସେମାନେ ଅଭିଯୋଗ କରିଛନ୍ତି। ଗାଁରେ ଏ ଯାଏଁ  କୌଣସି ମୌଳିକ ସୁବିଧା ଯୋଗାଇ ଦିଆଯାଇନଥିବାରୁ ସେମାନେ ଭୋଟ ବର୍ଜନ କରିଥିବା କହିଛନ୍ତି। ଏହାସହ ବର୍ତ୍ତମାନ ସୁଦ୍ଧା କୌଣସି ଲୋକଙ୍କୁ ହରିଶ୍ଚନ୍ଦ୍ର ଯୋଜନାର ଟଙ୍କା ମିଳିନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି।

ଲୋକଙ୍କୁ ଭୋଟଦେବା ଲାଗି ସ୍ଥାନୀୟ ବିଡ଼ିଓ ଅନେକ ଥର ବୁଝାଇବା ପରେ ମଧ୍ୟ ଗାଁଲୋକେ ସେମାନେଙ୍କ ଜିଦ୍‌ରେ ଅଟଲ ଅଛନ୍ତି। ଅନ୍ୟପଟେ ପୁଣିଥରେ ବିଡିଓ ଗାଁଲୋକଙ୍କୁ ବୁଝାଉଛନ୍ତି।

Comment