ଓଡ଼ିଶାଲାଇଭ୍‌ ବ୍ୟୁରୋ

ମା’ ପାର୍ବତୀ ଏବଂ ଭଗବାନ ଶିବଙ୍କ ନିବାସ କୈଳାସ ପର୍ବତ ନିକଟରେ ରହିଛି ମାନସରୋବର ଝରଣା। ଏହା ବିଶ୍ୱର ସବୁଠୁ ସ୍ୱଚ୍ଛ ଝରଣା। ଏହି ଝରଣା ସହିତ ଯୋଡ଼ି ହୋଇ ରହିଛି ରହସ୍ୟ। ଯାହା ସମ୍ପର୍କରେ ବୈଜ୍ଞାନିମାନେ ମଧ୍ୟ ଆଜି ପର୍ଯ୍ୟନ୍ତ ଜାଣି ପାରିନାହାନ୍ତି।

କୈଳାସ ପର୍ବତ ନିକଟରେ ଥିବା ଏହି ଝରଣାରେ ଏକ ଅଜବ ଶବ୍ଦ ଶୁଣିବାକୁ ମିଳିଥାଏ। ଝଡ଼ବାତ୍ୟାରେ ଜାହାଜ ବୁଡ଼ିଯାଉଥିବା ପରି ଶବ୍ଦ ହୋଇଥାଏ। ବାସ୍ତବରେ ଏମିତି କିଛି ହୋଇନଥାଏ। କୁହାଯାଏ, ଏ ଶବ୍ଦକୁ ଧ୍ୟାନର ସହିତ ଶୁଣିଲେ ଯେମିତି ଡମ୍ବରୁ ବାଜିବା ପରି ଶବ୍ଦ ହେବା ସହ ଓଁର ଧ୍ୱନି ଶୁଭେ।

ଆହୁରି ଏମିତି ମଧ୍ୟ ଶୁଣିବାକୁ ମିଳେ ବିଳମ୍ବିତ ରାତି ପ୍ରାୟ ୨.୩୦ରୁ ୩.୪୫ ମଧ୍ୟରେ କୈଳାସ ପର୍ବତର ଆଖପାଖ ଅଞ୍ଚଳରେ ଅଲୌକିକ ଘଟଣା ଘଟିଥାଏ। ଯାହା ଦେଖି ହୁଏନାହିଁ। କେବଳ ଅନୁଭବ କରିହୁଏ।

ମାନସରୋବର ଝରଣାରେ ଯଦି କୌଣସି ବ୍ୟକ୍ତି ଥରେ ବୁଡ଼ ପକାନ୍ତି ତେବେ ଦ୍ୱିତୀୟ ବାର ଜନ୍ମ ନେବାକୁ ପଡ଼ିବ ନାହିଁ। ଏଥିପାଇଁ ପ୍ରତିବର୍ଷ ହଜାର ହଜାର ଶ୍ରଦ୍ଧାଳୁ ଏହି ଝରଣା ଦେଖିବାକୁ ଆସିଥାନ୍ତି କେବଳ ଅଲୌକିକ ଶକ୍ତିର ଅନୁଭବ କରିବାକୁ। ବରଫ ତରଳୁଥିବାରୁ ଏପରି ଶବ୍ଦ ହୋଇଥାଏ ବୋଲି ବୈଜ୍ଞାନିକମାନେ ଯାହା ଅନୁମାନ କରୁଛନ୍ତି। କିନ୍ତୁ ଶ୍ରଦ୍ଧାଳୁଙ୍କ ମତରେ ଏପରି ଶବ୍ଦ ପଛରେ କିଛି ଅଲୌକିକ କାହାଣୀ ଲୁଚି ରହିଛି।

Comment