ଓଡ଼ିଶାଲାଇଫ୍ ବ୍ୟୁରୋ

ଭୁବନେଶ୍ୱରସ୍ଥିତ ଭଡ଼ା ଘରୁ ମିଳିଲା ଡାକ୍ତରାଣୀଙ୍କ ମୃତଶରୀର। ଯାହା ଏବେ ସେଠାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥିତ ଶ୍ରୀବିହାର ଅଞ୍ଚଳରେ ଆଜି ଏକ ଅଭବନୀୟ ଘଟଣା ଘଟିଛି। ସେଠାରେ ଥିବା ଏକ ଭଡ଼ା ଘରୁ ଜଣେ ଡାକ୍ତରାଣୀଙ୍କ ମୃତଶରୀରକୁ ଆଜି ଉଦ୍ଧାର କରାଯାଇଛି। ତାଙ୍କ ନାମ ମନସ୍ୱିନୀ ବାରିକ।  ସେ ପେଶାରେ ଜଣେ ହୋମିଓପାଥି ଡାକ୍ତର।

ତାଙ୍କ ଘର ପଶ୍ଚିମ ଓଡ଼ିଶାରେ। ସେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚାକିରି କରୁଥିବା ବେଳେ ତାଙ୍କର ଛାଡ଼ପତ୍ର ହୋଇସାରିଛି। ଆଜି ଉକ୍ତ ଘରର କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରାଯାଇଥିଲା।

ଏହାପରେ ତାଙ୍କୁ ତୁରନ୍ତ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାଛଡ଼ା ତାଙ୍କ ମୃତ ଶରୀର ନିକଟରେ କିଛି ସିରିଞ୍ଜ୍‌ ଓ ଇଞ୍ଜେକ୍‌ସନ୍‌ ମଧ୍ୟ ମିଳିଥିଲା।

କିନ୍ତୁ ଏହି ରହସ୍ୟଜନକ ମୃତ୍ୟୁକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେ ଆତ୍ମହତ୍ୟା କରିଛନ୍ତି କି, ତାଙ୍କୁ ହତ୍ୟା କରାଯାଇଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ତେବେ ପରିବାର ଲୋକଙ୍କ କହିବାନୁସାରେ, ଏହା ପଛରେ କିଛି ରହସ୍ୟ ରହିଛି। ତାଙ୍କର ବ୍ୟବହାର ସାଧାରଣ ଥିଲା ଓ ସେ ଖୁସି ରହୁଥିଲେ। ଏହି ଘଟଣାର ତଦନ୍ତ ଭୁବନେଶ୍ୱର କମିଶନ ପୋଲିସ କରିବାସହ ଛାନ୍‌ବିନ୍‌ ମଧ୍ୟ ଜାରି ରଖିଛନ୍ତି।

Comment