ଓଡ଼ିଶାଲାଇଭ୍‌ ବ୍ୟୁରୋ

ସିରିଆରେ ଅବସ୍ଥାପିତ ଆତଙ୍କୀ ସଙ୍ଗଠନ ଆଇଏସ୍‌ଆଇଏସ୍‌ର ମୁଖ୍ୟ ବକର ଅଲ୍‌ ବାଗ୍‌ଦାଦି ନିହତ ହୋଇଥିବା ଖବର ସାମ୍ନାକୁ ଆସିଛି। ସିରିଆରେ ଆମେରିକା ସେନା ପକ୍ଷରୁ ହୋଇଥିବା ସିକ୍ରେଟ୍‌ ଅପରେସନରେ ବାଗ୍‌ଦାଦି ନିହତ ହୋଇଥିବା ସୂଚନା ମିଳିଛି।

ବାଗ୍‌ଦାଦି ନିହତ ହେବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଔପଚାରିକ ଭାବେ ଘୋଷଣା କରିପାରନ୍ତି। ରବିବାର ସକାଳେ ଟ୍ରମ୍ପ ଟୁଇଟ୍‌ କରି ଏକ ହିଣ୍ଟ୍‌ସ ଦେଇଥିଲେ। ଟ୍ରମ୍ପ କହିଥିଲେ, “ବର୍ତ୍ତମାନ ଏକ ବଡ଼ ଘଟଣା ଘଟିଛି।”

ବକର ଅଲ୍‌ ବାଗ୍‌ଦାଦି ଗତ ପାଞ୍ଚ ବର୍ଷ ହେବ ଆମେରିକା ଆଖିରୁ ଲୁଚିଛପି ରହୁଥିଲା। ଦୁନିଆକୁ ବାଗଦାବି ବିଷୟରେ ପ୍ରଥମେ ଜୁଲାଇ ୨୦୧୪ରେ ଜଣାପଡ଼ିଥିଲା। ଏହା ପରେ ତା’ର କୌଣସି ଖୋଜ ଖବର ମିଳିନଥିଲା। ସେ ମରିଯାଇଥିବା ଅନେକ ମତ ଦେଉଥିବା ବେଳେ ୨୦୧୮ ବିମାନ ଆକ୍ରମଣରେ ବାଗଦାବିର ନିହତ ହୋଇଥିବା ଆମେରିକା ଅଧିକାରୀମାନେ କହୁଥିଲେ। ହେଲେ ଏନେଇ ପକ୍କା ପ୍ରମାଣ ମିଳିପାରିନଥିଲା।

ବର୍ତ୍ତମାନ ବାଗଦାନିର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ଟ୍ରମ୍ପଙ୍କ ଟୁଇଟ୍‌ ଏହି ଖବରକୁ ଆହୁରି ବଳିଷ୍ଠ କରିଛି।

Comment