ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

୨୦୧୯ ନିର୍ବାଚନ ଲାଗି ବିଜେପି ତାର ମିଶନ ୧୨୦ ପ୍ଲସକୁ ସଫଳ କରିବା ଲାଗି ଋଣନୀତି ପ୍ରସ୍ତୁତ କରୁଛି। ଯେଉଁମାନେ ଅସନ୍ତୁଷ୍ଟ ହୋଇ ବିଜେପି ଛାଡ଼ିଥିଲେ ସେମାନଙ୍କୁ ମନାଇ ପୁଣିଥରେ ଦଳରେ ସାମିଲ କରାଉଛନ୍ତି।

ନିକଟରେ ବିଜୟ ମହାପାତ୍ରଙ୍କ ମାନଭଞ୍ଜନ କରିଥିଲା ବିଜେପି ଯାହାପରେ ତାଙ୍କର ଘରବାହୁଡ଼ା ହୋଇଥିଲା। ଏହାପରେ ରାଜ୍ୟ ରାଜନୀତିରେ ଦିଲ୍ଲୀପ ରାୟଙ୍କ ନାଁକୁ ଢେର ଚର୍ଚ୍ଚା ହେଉଥଲା।

ଏନେଇ ଆଜି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ତଥା ସୁନ୍ଦରଗଡର ଲୋକସଭା ପ୍ରାର୍ଥୀ ସୂଚନା ଦେଇଛନ୍ତି।

ଜୁଏଲ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀପଙ୍କ ସମସ୍ତ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି। ଖୁବଶୀଘ୍ର ରାଉରକେଲା ବ୍ରାହ୍ମଣୀର ଦ୍ବୀତିୟ ସେତୁ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲ କାମ ଆରମ୍ଭ ହେବ।”

ଏହାସହିତ ଜୁଏଲ ଆହୁରି କହିଛନ୍ତି, “ମୁଁ ଅନୁରୋଧ କରୁଛି ଦିଲ୍ଲୀପଙ୍କୁ ସେ ପୁଣି ଭାରତୀୟ ଜନତା ପାର୍ଟିକୁ ଫେରନ୍ତୁ।”

କିଛିଦିନ ତଳେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ଏକାସଙ୍ଗେ ଦଳରୁ ଅସନ୍ତୁଷ୍ଟ ହୋଇ ବିଜେପି ଛାଡ଼ିଥିଲେ। ଏପରିକି ସେ ନବୀନନିବାସବି କିଛିଦିନ ତଳେ ଯାଇଥିଲେ। ଯାହାପରେ ଚର୍ଚ୍ଚା ହେଲାକୁ ବିଜେଡିକୁ ଫେରିପାରନ୍ତି ଦିଲ୍ଲୀପ। ଦେଖିବାକୁ ବାକି ରହିଲା ଦିଲ୍ଲୀପ କଣ ପଦକ୍ଷେପ ନେଉଛନ୍ତି ଓ କେଉଁ ଦଳରେ ସାମିଲ ହେଉଛନ୍ତି।

LEAVE A REPLY

Please enter your comment!
Please enter your name here