ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଦିନକୁ ଦିନକୁ ବଢ଼ିବାରେ ଲାଗିଛି ଅସହ୍ୟ ଖରା ଓ ପ୍ରଚଣ୍ଡ ତାତି। ରବିବାର ସନ୍ଧ୍ୟା ସୁଦ୍ଧା ରାଜ୍ୟର ୧୧ଟି ସହରରେ ୪୦ ଡିଗ୍ରୀ ଟପିଲା ପାରଦ। ଖରା ଓ ତାତିରେ ଡହଳବିକଳ ହେଉଛନ୍ତି ସାଧରଣ ଲୋକେ। ରବିବାର ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ୪୩.୫ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ରବିବାର ଅନୁଗୁଳରେ ୪୨.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗିର ୪୨.୫, ତାଳଚେର ୪୨.୩, ଝାରସୁଗୁଡ଼ା ୪୧.୮, ସୋନପୁର ୪୧.୪, ସମ୍ବଲପୁର ୪୧.୧, ଭବାନୀପାଟଣା ୪୧, ହୀରାକୁଦ ୪୦.୯, ମାଲକାନଗିରି ୪୦.୬ ତାପମାତ୍ରା ରେକର୍ଡ କରାଯାଇଛି।

ରାଜଧାନୀ ଭୁବନେଶ୍ୱରରେ ରବିବାର ପାରଦ ୪୦ଡିଗ୍ରୀ ଟପିଛି। ଭୁବନେଶ୍ୱର ୪୦.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଥିବା ବେଳେ କଟକରେ ୩୯.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଦିନକୁ ଦିନ ରାଜ୍ୟରେ ଅସହ୍ୟ ଗରମ ଅନୁଭୂତ ହେଉଥିବା ବେଳେ ଆଗାମୀ ଦିନରେ ଅଂଶୁଘାତର ଭୟ ଆଶଙ୍କା କରାଯାଉଛି।

Comment