ଓଡ଼ିଶାଲାଇଭ୍ ବ୍ୟୁରୋ

ସାରାରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜନ ଜୀବନକୁ ଅସ୍ତବ୍ୟସ୍ତ କରିଲାଣି। ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ କଲବଲ କରୁଛି। ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରକୁ ରହୁଛି।

ତେବେ ଆହୁରି ଦୁଇ ଦିନ ରାଜ୍ୟବାସୀଙ୍କୁ ଏହି ଗରମରୁ ନିସ୍ତାର ନାହିଁ। ଗ୍ରୀଷ୍ମ ପ୍ରବାହ ଆସନ୍ତା ୨୨ ତାରିଖ ଯାଏଁ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହଯାଇଛି।

ଏହି ଦୁଇ ଦିନ ଭିତରେ ସ୍ୱଭାବିକଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢ଼ିବ ବୋଲି ଅନୁମାନ କରାଯାଉଛି। ସେଥିପାଇଁ ରାଜ୍ୟରେ ୨ଦିନ ପାଇଁ ହିଟଓ୍ୱେଭ ସତର୍କ ସୂଚନା ଜାରି କରାଯାଇଛି।

ଖରା ଯୋଗୁଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଖରାରେ ଘରୁ ବାହାରିଲା ବେଳେ ଛତା, ଗାମୁଛା, ଥଣ୍ଡା ପାଣି ଆଦି ସାଙ୍ଗରେ ନେଇଯିବାକୁ କୁହାଯାଇଛି।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment