ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ବଲିଉଡ ଅଭିନେତା ଅଭିନେତ୍ରୀ ବି ନିଜ ମତଦାନକୁ ନେଇ ପୂରା ପ୍ରସ୍ତୁତ, କି ଏଥର କାହାକୁ ଦେବେ ଭୋଟ। ଏପ୍ରିଲ ୨୯ ରେ ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ମୁମ୍ବାଇରେ ହେବ। ଆଲିଆ ଆଜିକାଲି ନିଜର ଅପକମିଂ ଫିଲ୍ମ କଳଙ୍କର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି।

ଏକ ସାକ୍ଷାତକାରରେ ଆଲିଆ କହିଛନ୍ତି କି , “ମୁଁ ଭୋଟ ଦେବାକୁ ଚାହୁଁଛି, କିନ୍ତୁ ମୁଁ ଭୋଟ ଦେଇପାରିବି ନାହିଁ। କାରଣ ମୋ ପାଖରେ ଭାରତୀୟ ଭୋଟର ଆଇଡି ନାହିଁ।”

ଆଲିଆଙ୍କ ମା ସୋନି ରାଜଦାନଙ୍କ ପାଖରେ ବ୍ରିଟିଶ୍ ନାଗରିକତ୍ବ ଅଛି। ତେଣୁ ଆଲିଆଙ୍କ ପାଖରେ ବି ବ୍ରିଟିଶ ନାଗରିକତ୍ବର ପ୍ରମାଣପତ୍ର ଅଛି।

ନିକଟରେ ଆଲିଆ କଳଙ୍କ ଟିମ୍ ସହ ଏକ ସାକ୍ଷାତକାରକୁ ଯାଇଥିଲେ। ଯେଉଁଠି ବରୁଣ,ଆଦିତ୍ୟ ରୟ କପୁର,ସୋନାକ୍ଷୀ ସିହ୍ନା ଓ ଆଲିଆଙ୍କୁ ଭୋଟ ଦେବେ କି ନାହିଁ ସେ ବାବଦରେ ପଚରାଯାଇଥିଲା।

ଉତ୍ତରରେ ବରୁଣ, ଆଦିତ୍ୟ ରୟ କପୁର, ସୋନାକ୍ଷୀ ସିହ୍ନା ଭୋଟ ଦେବାଲାଗି ହଁ ଭରିଥିବା ବେଳେ ଆଲିଆ ମନା କରିଥିଲେ। ଏହାସହିତ ସେ ଏହାର କାରଣ ବି କହିଥିଲେ।

ଆଲିଆ ସେତେବେଳେ ଭୋଟ ଦେଇପାରିବେ ଯେତେବଳେ ତାଙ୍କ ପାଖରେ ଭାରତୀୟ ନାଗରିକତ୍ବ ରହିବ। ଆଲିଆ ହେଉଛନ୍ତି ଅଭିନେତ୍ରୀ ସୋନି ରାଜଦାନ ଓ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ଝିଅ।

Comment