ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇପିଏଲ୍‌ରେ ଆଜି ହେବାକୁ ଯାଉଛି ଚଳିତ ସିଜନ୍‌ର ୩୧ତମ ମ୍ୟାଚ୍‌। ଏହି ମ୍ୟାଚ୍‌ରେ ବରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁକୁ ଭେଟିବାକୁ ଯାଉଛି ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ। ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍‌ ଖେଳାଯାଉଛି। ତେବେ ଟସ୍‌ ଜିତି ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି।

ଆଜିର ମ୍ୟାଚ୍‌ରେ ଦ୍ୱିତୀୟ ବିଜୟ ଲକ୍ଷରେ ବେଙ୍ଗାଳୁରୁ ଖେଳିବ। ସେହିପରି ଘରୋଇ ଷ୍ଟାଡିୟମ୍‌ରେ ବେଙ୍ଗାଳୁରୁକୁ ହରାଇ ପଏଣ୍ଟ୍‌ ଟେବୁଲର ତୃତୀୟ ସ୍ଥାନକୁ ଯିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ପ୍ରୟାସ କରିବ।

ପଏଣ୍ଟ୍‌ ଟେବୁଲ ବର୍ତ୍ତମାନ ବେଙ୍ଗାଳୁରୁ ଟିମ୍‌ ମାତ୍ର ଗୋଟିଏ ମ୍ୟାଚ୍‌ରେ ଜିତି ସବୁଠୁ ତଳେ ଥିବା ବେଳେ ମୁମ୍ବାଇ ଟିମ୍‌ ୭ଟିରୁ ୪ଟିରେ ବିଜୟ ହୋଇ ପଞ୍ଚମ ସ୍ଥାନରେ ଅଛି।

ତେବେ ଆଜି ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଦେଖିବାକୁ ମିଳିବ ଏକ ହାଇଭୋଲ୍ଟେଜ୍‌ ମ୍ୟାଚ୍‌।

Comment