ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

Election Update 7PM

ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।

ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟରେ ୭୨ ପ୍ରତିଶତ ମତଦାନ

ରାଜ୍ୟରେ ଶୁକ୍ରବାର ସରିଲା ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭା ଆସନ ପାଇଁ ମତଦାନ ଚାଲିଥିଲା। ତେବେ ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟରେ ମୋଟ ୭୨ ପ୍ରତିଶତ ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ପରମାଣିକ ସୂଚନା ଦେଇଛନ୍ତି।

ଋଣପୁରରେ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ବିଜେଡି ସଭାପତି ନବୀନ ପଟ୍ଟନାୟକ ମରାଥନ ପ୍ରଚାର କରୁଛନ୍ତି। ରଣପୁରେ ଆଜି ନବୀନ ଆୟୋଜିତ ଜନସଭାକୁ ସମ୍ବୋଧିତ କରିଛନ୍ତି। ଜନ ଜଗନ୍ନାଥ ଧ୍ୱନିରୁ ନବୀନ ନିଜ ଭାଷଣ ଆରମ୍ଭ କରିଥିଲେ। ଏଠାରେ ବି ନବୀନ କେନ୍ଦ୍ରୀୟ ଅବବେଳା ପ୍ରସଙ୍ଗ ଉଠାଇବା ସହ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି।

ହାତ ଛାଡ଼ିଲେ ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ

ଦେଶରେ ନିର୍ବାଚନ ଜାରି ରହିଥିଲାବେଳେ କଂଗ୍ରେସକୁ ଏକ ବଡ଼ ଝଟକା ଲାଗିଛିା କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତିା ଗୁରୁବାର ରାତିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିକୁ ନିଜ ଇସ୍ତଫା ପତ୍ର ପଠାଇଥିଲୋ ଦଳରୁ ଇସ୍ତଫା ଦେବାପରେ ଶୁକ୍ରବାର ସକାଳେ ପ୍ରିୟଙ୍କା ଟୁଇଟର ପ୍ରୋଫାଇଲରୁ କଂଗ୍ରେସ ମୁଖପାତ୍ର ହଟାଇ ଦେଇଛନ୍ତିା

ଛତିଶଗଡ଼ରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଶେଷ, ୨ୟ ପର୍ଯ୍ୟାୟରେ ୭୧ ପ୍ରତିଶତ ଭୋଟିଂ ରେକର୍ଡ

ଛତିଶଗଡ଼ରେ ଦ୍ୱିତୀୟ ପର୍ଯ୍ୟାୟରେ ଗୁରୁବାର ମତଦାନ ଶେଷ ହୋଇଛିା ଏହି ପର୍ଯ୍ୟାୟରେ ଶାନ୍ତିପୂର୍ଣ୍ଣ ଭାବରେ ମତଦାନ ଶେଷ ହୋଇଛିା ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୭୧ ପ୍ରତିଶତ ମତଦାନ ହୋଇଥିବା ରେକର୍ଡ କରାଯାଇଛିା ଏହି ପର୍ଯ୍ୟାୟରେ ଛିତିଶଗଡ଼ର ରାଜନାନ୍ଦଗାଓଁ, କାଙ୍କରେ, ମହାସମୁନ୍ଦ ଲୋକସଭାରେ ଆସନରେ ମତଦାନ ହୋଇଥିବା ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ସୁବ୍ରତ ସାହୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲୋ

୨୩ରେ ମୋଦି ଆସିବେ କେନ୍ଦ୍ରାପଡ଼ା, ବୈଜୟନ୍ତଙ୍କ ପାଇଁ କରିବେ ପ୍ରଚାର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୩ ତାରିଖରେ ପୁଣି ଆସିବେ ଓଡ଼ିଶା। ଏହି ଦିନ ସେ କେନ୍ଦ୍ରାପଡ଼ା ଯିବେ। କେନ୍ଦ୍ରାପଡ଼ାରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେପିର ପ୍ରାର୍ଥୀ ହୋଇଛନ୍ତି ବୈଜୟନ୍ତ ପଣ୍ଡା। ବିଜେଡି ଛାଡ଼ି ବୈଜୟନ୍ତ ବିଜେପିରେ ଯୋଗ ଦେବା ପରେ କେନ୍ଦ୍ରାପଡ଼ା ପାଇଁ ସେ ଟିକେଟ ନେଇଛନ୍ତି। ଏଣୁ ବୈଜୟନ୍ତ ଜିତିବା ବିଜେପି ପାଇଁ ବଡ଼ ଚାଲେଞ୍ଜ ହୋଇଛି। ଏଣୁ ବୈଜୟନ୍ତଙ୍କ ପାଇଁ ମୋଦି କେନ୍ଦ୍ରାପଡ଼ା ଆସୁଥିବା କୁହାଯାଉଛି।

ବଲାଙ୍ଗିର ଲୋକସଭା ଆସନ – ଦିଅର, ଭାଉଜଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସର ନୂଆ ଚେହେରା

ଓଡ଼ିଶା ରାଜନୀତିରେ କନ୍ଧମାଳର ଗୁରୁତ୍ୱ

ବିଜୟ ଯେଉଁଠି, ଦିଲ୍ଲୀପ ସେଇଠି

Comment