ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାପାନରେ ସବଠୁ କମ୍‌ ଓଜନର ଜନ୍ମିତ ଶିଶୁ ଏବେ ବାହାର ଦୁନିଆ ଦେଖିବାକୁ ପ୍ରସ୍ତୁତ ହେଉଛି। ବିଶ୍ୱର ସବୁଠାରୁ ଛୋଟ ଓ କମ୍‌ ଓଜନ ବିଶିଷ୍ଟ ଶିଶୁପୁତ୍ର ଭାବେ ଜାପାନରେ ଗତବର୍ଷ ଅକ୍ଟୋବରରେ ଏହି ଶିଶୁ ଜନ୍ମ ହୋଇଥିଲା। ସେବେଠାରୁ ଦୀର୍ଘ ୭ମାସ ହେଲା ହସ୍ପିଟାଲରେ ଶିଶୁର ଚିକିତ୍ସା ଚାଲୁଥିଲା। ଏବେ ସେ ବାହାର ଦୁନିଆକୁ ଆସିବାକୁ ପ୍ରସ୍ତୁତ ବୋଲି ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି। ଏହାକୁ ନେଇ  ପିତାମାତା ଖୁବ ଆନନ୍ଦିତ ହୋଇଛନ୍ତି।

ରୁସୁକେ ସେକିୟା ନାମକ ମହିଳା ଜରୁରୀକାଳୀନ ସିଜରିଆନ୍ ସେକ୍ସନ୍ ଜରିଆରେ ଗର୍ଭଧାରଣର ୨୪ ସପ୍ତାହ ୫ ଦିନ ମଧ୍ୟରେ ଉକ୍ତ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ତାଙ୍କ ମା’ଙ୍କ ଉଚ୍ଚ ରକ୍ତଚାପ କାରଣରୁ ସମୟ ପୂର୍ବରୁ ଶିଶୁଟିକୁ ଜନ୍ମ ଦେଇଥିଲେ। ଜନ୍ମ ବେଳକୁ ଶିଶୁର ଓଜନ ମାତ୍ର ୨୫୮ ଗ୍ରାମ ଥିଲା। ଅର୍ଥାତ୍ ପାଖାପାଖି ଗୋଟିଏ ସେଓର ଓଜନ ଭଳି ଶିଶୁଟିର ଓଜନ ଥିଲା। ଶିଶୁଟିର ଲମ୍ବା ୨୨ ସେଣ୍ଟିମିଟର ରହିଥିଲା।

ଏବେ କିନ୍ତୁ ଉପଯୁକ୍ତ ଚିକିତ୍ସା ପରେ ପିଲାଟିର ଓଜନ ୧୩ ଗୁଣା ବଢ଼ିଛି ଅର୍ଥାତ ୩ କିଲୋଗ୍ରାମ ରହିଛି। ଶିଶୁ ମା’ କ୍ଷୀର ଖାଇବା ସହିତ ଗାଧୋଉଥିବା ଡାକ୍ତର କହିଛନ୍ତି। ଚଳିତ ସପ୍ତାହରେ ଶିଶୁକୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ଏହା ପୂର୍ବରୁ ୨୦୧୫ରେ ଜର୍ମାନୀରେ ୨୫୦ ଗ୍ରାମ ଓଜନର ଶିଶୁକନ୍ୟା ଜନ୍ମ ହୋଇଥିଲା।

Comment