ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଆସନ୍ତା ୨୩ତାରିଖରେ ତୃତୀୟ ପର୍ଯ୍ୟାୟ ଲାଗି ମତଦାନ ହେବ। ୬ ଲୋକସଭା ସହ ୪୨ ବିଧାନସଭା ଆସନ ଲାଗି ଭୋଟ ପଡ଼ିବ।

ଭୋଟକୁ ଆଉ ଗୋଟିଏ ଦିନ ବାକି ଥିବା ବେଳେ ଆଜି ସଂଧ୍ୟା ସୁଦ୍ଧା ସରୁଛି ପ୍ରଚାର। ଅର୍ଥାତ ନେତାଙ୍କ ହାତରେ ଆଉ ଅଳ୍ପ ସମୟ ପ୍ରଚାର ଲାଗି ।

ରବିବାର ସଂଧ୍ୟା ୬ଟା ସୁଦ୍ଧା ଅର୍ଥାତ ୪୮ଘଣ୍ଟା ପୂର୍ବରୁ ପ୍ରଚାର ଶେଷ କରିବାକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ରହିଛି।

ଏଥତ ମଇଦାନରେ ଅନେକ ହେଭିୱେଟ ଥିବାରୁ ଶେଷ ଦିନରେ ବି ପ୍ରଚାର ଜୋରସୋର ଦେଖିବାକୁ ମିଳିଛି।

Comment