ଓଡ଼ିଶାଲାଇଭ୍‌ ବ୍ୟୁରୋ

ସବୁ ପରିସ୍ଥିତରେ ନିଜ ସ୍ଥିର ଏବଂ ବିଚକ୍ଷଣ ବୁଦ୍ଧି ପାଇଁ ମହେନ୍ଦ୍ର ସିଂହ ଧୋନି ସବୁବେଳେ ଟିମ୍‌କୁ ବିଜୟ ଦିଗରେ ନେଇଯାଆନ୍ତି। ତାହା ଆନ୍ତର୍ଜାତୀୟ ମ୍ୟାଚ୍‌ ହେଉ ଅବା ଆଇପିଏଲ୍‌ ହେଉ ଏହାକୁ ନେଇ ଧୋନି ସବୁବେଳେ ଚର୍ଚ୍ଚାରେ। ଏଥିପାଇଁ କ୍ୟାପ୍ଟେନ୍‌ କୁଲ୍‌ ଭାବେ ଧୋନି ବେଶ୍‌ ପରିଚିତ। ତେବେ ଧୋନିଙ୍କ ପାଇଁ ହିଁ ଆଇପିଏଲ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ ସବୁବେଳେ ଆଗ ଧାଡ଼ିରେ ଥାଏ।

ଏକ ଇଣ୍ଟରଭ୍ୟୁରେ ଚେନ୍ନାଇର ସଫଳତା ପଛର ରାଜ୍‌ କ’ଣ ବୋଲି ଧୋନିଙ୍କୁ ପ୍ରଶ୍ନ କରାଯାଇଥିଲା। ଧୋନି ବେଶ୍‌ ଚତୁରତାର ସହ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି। ଧୋନି କହିଛନ୍ତି “ଯଦି ମୁଁ ସମସ୍ତଙ୍କୁ ଏହି କଥା କହିଦେବି ତେବେ ଟିମ୍‌ ଫାଞ୍ଚାଇଜ୍‌ ମୋତେ ଆଉ କିଣିବେ ନାହିଁ। ଚେନ୍ନାଇର ଫ୍ୟାନ୍‌ ଏବଂ ଟିମ ମାଲିକଙ୍କ ସପୋର୍ଟ ଟିମ୍‌ର ସଫଳତାର କାରଣ।”

ଏହା ବ୍ୟତୀତ ଚେନ୍ନାଇର ସଫଳତା ପଛରେ ଆଉ ଏକ କାହାଣୀ ଅଛି ଯାହା ଧୋନି ଖୁଲାସା କରିବାକୁ ମନା କରିଛନ୍ତି। କ୍ରିକେଟରୁ ଅବସର ନେବା ଯାଏଁ ଏହି ରାଜ୍‌ ଉପରୁ ପରଦା ଉଠାବେନାହିଁ ବୋଲି ଧୋନି କହିଛନ୍ତି।

ଆଇପିଏଲ୍‌ ଦ୍ୱାଦଶ ସଂସ୍କରଣ ସୁଦ୍ଧା ଚେନ୍ନାଇ ସୁପରକିଙ୍ଗ୍ସର ତିନିଥର ଚାମ୍ପିୟନ ହୋଇଛି। ଏଥିସହିତ ୭ ଥର ଫାଇନାଲ ଖେଳିସାରିଛି। ଆଇପିଏଲର ୧୧ଟି ସିଜିନରୁ ଦୁଇଟି ସିଜିନରେ ଚେନ୍ନାଇକୁ ବ୍ୟାନ କରାଯାଇଥିବା ସତ୍ତ୍ୱେ ୯ ଥର ପ୍ଲେଅଫ୍ ଖେଳିବାର ରେକର୍ଡ କରିଛି ଟିମ୍‌ ଚେନ୍ନାଇ।

Comment