ଓଡ଼ିଶାଲାଇଭ୍ ବ୍ୟୁରୋ

ନିର୍ବାଚନୀ ପ୍ରଚାର କରିବା ପାଇଁ ଆସନ୍ତାକାଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡ଼ିଶା ଆସିବେ।    

ରାଜ୍ୟରେ ତିନୋଟି ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଏପ୍ରିଲ ୨୯ରେ ଅନ୍ତିମ ପର୍ଯ୍ୟାୟ ମତଦାନ ହେବ। ଏଥିପାଇଁ ନେତାଙ୍କ ଫୋକସରେ ରହିଛି ଶେଷ ପର୍ଯ୍ୟାୟ ନିର୍ବାଚନ। ପ୍ରଚାର ମଇଦାନକୁ ଅଧିକ ସରଗରମ କରିବା ପାଇଁ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧି।

ଚତୁର୍ଥ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବାକୁ ଥିବା ବାଲେଶ୍ୱର ଓ ଜଗତସିଂହପୁର ଆସନ ଲାଗି ପ୍ରଚାର କରିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ରାହୁଲ ବାଲେଶ୍ୱରରେ ନିର୍ବାଚନୀ ସଭାରେ ଯୋଗ ଦେବାର କାଯ୍ୟକ୍ରମ ରହିଛି। ଏହାପରେ ସେ ଜଗତସିଂହପୁରରେ ମଧ୍ୟ ସଭା କରିବାର କାର୍ଯ୍ୟକ୍ରମ ରହିଛି।

ଚତୁର୍ଥ ପର୍ଯ୍ୟାୟରେ ୬ଟି ଲୋକସଭା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଏହା ଅଧୀନରେ ୪୧ଟି ବିଧାନସଭା ଆସନ ଲାଗି ମତଦାନ ହେବା

Comment