ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ମୁମ୍ବାଇରେ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି ମୋଦି।

‘‘ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସରୁ ୫୦ ଆସନ ଜିତି ପାରିବ ନାହିଁ। ନିଜର ମୂଲ୍ୟବାନ ଭୋଟ ସେହି ଦଳକୁ ଦିଅନ୍ତୁ ଯିଏ ସରକାର ଗଠନ କରିପାରୁ ଥିବ’’, ନରେନ୍ଦ୍ର ମୋଦି ଏହା କହିଛନ୍ତି।

ମୁମ୍ବାଇର ଏକ ନିର୍ବାଚନର ସଭାରେ ଯୋଗ ଦେଇଥିଲେ ମୋଦି। ତାଙ୍କ ସହ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ବି ଯୋଗ ଦେଇଥିଲେ।

ଏହି ସଭାରେ ମୋଦି ଆହୁରି କହିଥିଲେ, ‘‘ମୋ’ ସହ ଭାରତର ଯୁବ ପ୍ରତିଭାମାନେ ଅଛନ୍ତି। କଂଗ୍ରେସ ଇସ୍ତାହରପତ୍ରରେ ମଧ୍ୟମ ବର୍ଗଙ୍କ ପାଇଁ କିଛି ଉଲ୍ଲେଖ କରାଯାଇ ନାହିଁ। ବିଜେପି ଏଥର ପୁଣି ଥରେ ବପିୁଳ ଭୋଟରେ ବିଜୟୀ ହେବ।’’

‘‘ବିରୋଧୀ ମତେ ଟାର୍ଗେଟ କରୁଛନ୍ତି। ନିର୍ବାଚନ ସମୟରେ ଇଭିଏମକୁ  ବି ଟାର୍ଗେଟ କରୁଛନ୍ତି। ମତେ ହଟାଇବା ପାଇଁ ମହାମେଣ୍ଟ ଗଠନ କଥା ଚିନ୍ତା କରୁଛନ୍ତି। ହେଲେ ମହାମେଣ୍ଟ ଗଠନ ଏବେଯାଏଁ ସମ୍ଭବ ହୋଇପାରି ନାହିଁ। ମୋ’ ବିରୋଧରେ ଛିଡ଼ା ହେବା ପାଇଁ ସମସ୍ତେ ଏକଜୁଟ ହେଉଛନ୍ତି’’, କହିଥିଲେ ମୋଦି।

Comment