ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଆସନ୍ତାକାଲି ରାଜ୍ୟରେ ଶେଷ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ। ୬ଲୋକସଭା (ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, ବାଲେଶ୍ୱର,ମୟୂରଭଞ୍ଜ, ଜଗତସିଂହପୁର)ସହ ୪୧ବିଧାନସଭା ଆସନ ଲାଗି ମତଦାନ ହେବ।

୬ଲୋକସଭା ଆସନ ଲାଗି ୫୧ ଓ ୪୧ବିଧାନସଭା ଆସନଲାଗି ମଇଦାନରେ ୩୩୬ ଜଣ ପ୍ରାର୍ଥୀ ଅଛନ୍ତି। ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୫ଲକ୍ଷ୧୪ହଜାର୮୮୩ଜଣ ଭୋଟର।

ଶୃଙ୍ଖଳିତ ମତଦାନ ଲାଗି ୧୦୭୯୨ଟି ମତଦାନ କେନ୍ଦ୍ର କରାଯାଇଛି। ପୋଲିଂ ବୁଥରେ ଇଭିଏମ ଓ ଭିଭିପାଟ ସହ ପୋଲିଂ ବୁଥରେ ପହଞ୍ଚୁଛନ୍ତି ପୋଲିଂ କର୍ମଚାରୀ।

ଅନ୍ୟପଟେ ମତଦାନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଶେଷ ପର୍ଯ୍ୟାୟ ଭୋଟିଂରେ ବିଜୁ ଜନତା ଦଳର ଅନେକ ମନ୍ତ୍ରୀଙ୍କ ସହ ୩ଦଳର ବହୁ ହେଭିୱେଟଙ୍କ ଭାଗ୍ୟପରୀକ୍ଷା କରିବେ ଜନତା ଜନାର୍ଦ୍ଦନ।­­

Comment