ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୯ଟି ରାଜ୍ୟର ୭୧ଲୋକସଭା ଆସନରେ ଭୋଟଗ୍ରହଣ ଆରମ୍ଭ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ ହେଭିୱେଟଙ୍କ ସହିତ ବହୁ ଚର୍ଚ୍ଚିତ ନେତାଙ୍କ ଭାଗ୍ୟ ପରୀକ୍ଷା କରିବେ ଜନତା ଜାନାର୍ଦ୍ଦନ।

ଚର୍ଚ୍ଚିତ ନେତାଙ୍କ ଭିତରେ ରହିଛନ୍ତି ଉର୍ମିଳା ମାତୋଣ୍ଡକର, କହ୍ନେୟା କୁମାର, କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କ ଆଜି ଭାଗ୍ୟପରୀକ୍ଷା।

ବଲିଉଡ ଅଭିନେତ୍ରୀରୁ ନେତ୍ରୀ ହୋଇଥିବା ଉର୍ମିଳା ମାତୋଣ୍ଡକରଙ୍କ ରାଜନୈତିକ ଭାଗ୍ୟ ଆଜି ଇଭିଏମରେ ସିଲ୍ ହେବ । ମୁମ୍ବାଇ ଉତ୍ତର ଆସନ ଲାଗି କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି। ସେ ବିଜେପି ନେତା ଗୋପାଳ ଚିନାୟ ସେଠୀଙ୍କୁ ଟକ୍କର ଦେଉଛନ୍ତି।

ସେହିପରି ବିହାରରେ କହ୍ନେୟା କୁମାରଙ୍କ ଉପରେ ସମସ୍ତଙ୍କ ନଜର ରହିଛି। କହ୍ନେୟା କୁମାର ସିପଆଇ ପକ୍ଷରୁ ବେଗୁସରାଇ ପାଇଁ ପ୍ରାର୍ଥୀ ହୋଇଛନ୍ତି। ସେ ବିଜେପି ପ୍ରାର୍ଥୀ ଗିରିରାଜ ସିଂହ, ଆରଜେଡି ନେତା ତନଭୀର ହାସନଙ୍କୁ ଟକ୍କର ଦେଉଛନ୍ତି।

ମହାରାଷ୍ଟ୍ରର ୧୭ଟି ଆସନ, ଓଡ଼ିଶାର ୬, ଝାଡ଼ଖଣ୍ଡ ୩, ମଧ୍ୟପ୍ରଦେଶର ୬, ପଶ୍ଚିମବଙ୍ଗର ୮, ଉତ୍ତରପ୍ରଦେଶ ୧୩, ବିହାରର ୫, ରାଜସ୍ଥାନର ୧୩, ଅନନ୍ତନାଗର ଏକ ଆସନରେ ଭୋଟଗ୍ରହଣ ହେଉଛି। ମତଦାନ ନେଇ ବିଭିନ୍ନ ବ୍ୟବସ୍ଥା କରାଯାଇଛି।

Comment