ଓଡ଼ିଶାଲାଇଭ୍ ବ୍ୟୁରୋ

ଖାଇବା ସହ ସାଲାଡ୍ ଭାବେ ଖାଉଥିବା କଞ୍ଚା ପିଆଜ ଆମ ସ୍ଵାସ୍ଥ୍ୟ ପାଇଁ ବହୁ ଉପାଦେୟ। ସାଲାଡ୍ ହେଉ ଅବା ଚାଟ୍‌ ଖାଦ୍ୟର ସ୍ଵାଦ ବଢ଼ାଇବା ସହ ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ ହୋଇଥାଏ ପିଆଜ। 

ପିଆଜରେ ୧.୨% ପ୍ରୋଟିନ୍, ୧୧.୬% କାର୍ବୋହାଇଡ୍ରେଟ୍, କ୍ୟାଲସିୟମ୍, ଆଇରନ୍, ଭିଟାମିନ୍ ଏ, ଭିଟାମିନ୍ ବି, ଭିଟାମିନ୍ ସି ପ୍ରଚୁର ପରିମାଣରେ ଭରି ରହିଥାଏ। ଆୟୁର୍ବେଦ ଅନୁସାରେ ପ୍ରତିଦିନ ପିଆଜ ଖାଇଲେ ଜଣେ ବ୍ୟକ୍ତି ସୁସ୍ଥ ରହିପାରିବ।

-ଜ୍ୱର ହୋଇଥିଲେ ପିଆଜପତ୍ରକୁ ଗୋଟିଏ ଗ୍ଲାସ୍ ପାଣିରେ ପକାଇ ଫୁଟାନ୍ତୁ। ତା’କୁ ଥଣ୍ଡା କରି ପିଇଲେ ତୁରନ୍ତ ଜ୍ୱର କମିଯାଇଥାଏ।

-ଯେଉଁ ଲୋକମାନଙ୍କୁ ମଧୁମେହ ରୋଗ ହୋଇଥିବ ସେମାନଙ୍କୁ ପିଆଜ, ଜୁଆଣୀ, କଳାଜିରା ଓ ମେଥିକୁ ସମାନ ପରିମାଣରେ ମିଶାଇ ପ୍ରତିଦିନ ଖାଇବା ଆବଶ୍ୟକ। ଏହାଦ୍ୱାରା ରକ୍ତରେ ଶର୍କରାର ପରିମାଣ ନିୟନ୍ତ୍ରଣ ହୋଇଥାଏ।

-କଫ ହୋଇଥିଲେ ନିୟମିତ ଭାବେ ପିଆଜ ଖାଇଲେ କଫ ତରଳି ବାହାରି ଯାଇଥାଏ। ଏଥିପାଇଁ ପିଆଜକୁ ହାଲକା ଗରମ କରି ତା’ର ରସ ବାହାର କରି ସେଥିରେ ଟିକେ ଚିନି ମିଶାନ୍ତୁ। ବଡ଼ ଲୋକମାନଙ୍କୁ ଦୁଇ ଚାମଚ ଓ ଛୋଟ ପିଲାଙ୍କୁ ଚାମଚେ ପିଆଜ ରସ ପିଆଇଲେ ଉପକାର ମିଳେ।

-ଗରମ ଦିନରେ ଅଧିକାଂଶ ଲୋକଙ୍କର ପତଳା ଝାଡ଼ା, ବାନ୍ତି, ଗ୍ୟାସ ଭଳି ସମସ୍ୟାର ଆଶଙ୍କା ଅଧିକ ଥାଏ। ଏଭଳି କ୍ଷେତ୍ରରେ ପିଆଜ ରସ ସହିତ ପୁଦିନା ଓ କଳା ଲୁଣ ମିଶାଇ ପିଇଲେ ଫାଇଦା ମିଳିବ।

-ଶରୀରର କୌଣସି ସ୍ଥାନରେ ନିଆଁ ଚେଙ୍କ ଲାଗିଯାଇଥିଲେ ପ୍ରଭାବିତ ସ୍ଥାନରେ ତୁରନ୍ତ ପିଆଜ ରସ ଲଗାନ୍ତୁ ଉପଶମ ମିଳିବ।

Comment