ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ୩ ତାରିଖରେ ଓଡ଼ିଶା ଉପକୂଳ ଛୁଇଁବ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ‘ଫନି’। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତମର୍କ ସୂଚନା ଜାରି ହେବା ପରେ ପ୍ରଶାସନ ସଜାଗ ହୋଇଛି। ତେବେ ‘ଫନି’କୁ ଦୃଷ୍ଟିରେ ରଖି ଆସନ୍ତା ୧ରୁ ୫ ତାରିଖ ଯାଏଁ ଚିଲିକାରେ ବୋଟ୍‌ ଚାଲିବା ନେଇ କଟକଣା ଜାରି ହୋଇଛି।

ପ୍ରଶାସନର ନିର୍ଦ୍ଦେଶ ମୂତାବିକ କାଳିଜାଇ ମୋଟର ବୋଟ୍‌ ଆସୋସିଏସନ ପକ୍ଷରୁ ଏନେଇ ନୋଟିସ ଜାରି କରାଯାଇଛି। ଆସନ୍ତା ୧ରୁ ୫ ତାରିଖ ଯାଏଁ ଚିଲିକାରେ ଚାଲିବନି ବୋଟ୍‌। ସେହିପରି ଚିଲିକା ଭିତରକୁ କୌଣସି ମାଛମରା ଡଙ୍ଗା ନନେବାକୁ ମତ୍ସ୍ୟଜୀବୀଙ୍କୁ ଆସୋସିଏସନ ପକ୍ଷରୁ କୁହାଯାଇଛି।

Comment