ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଡ଼ି ଆସୁଛି ବାତ୍ୟା ‘ଫନି’। ବର୍ତ୍ତମାନ ଓଡ଼ିଶାର ପୁରୀଠାରୁ ୮୦୦ କିଲୋମିଟର ଦୁରତା ରହିଛି ବାତ୍ୟା ଫନି। ଘଣ୍ଟାପ୍ରତି ୨୩ କିଲୋମିଟର ବେଗରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି। ଶୁକ୍ରବାର ମେ’ ୩ ଅପରାହ୍‌ଣରେ ଓଡ଼ିଶା ଉପକୂଳ ଛୁଇଁବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଆଗାମୀ ୧୨ ଘଣ୍ଟାରେ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇ ଉତ୍ତର-ପଶ୍ଚିମ ଦେଇ ଗତି କରିବ। ପରବର୍ତ୍ତୀ ୧୨ ଘଣ୍ଟାରେ ବାତ୍ୟାର ଗତିବିଧି ବଦଳି ଉତ୍ତର-ପୂର୍ବକୁ ମୁହାଁଇବ ଏବଂ ଶୁକ୍ରବାର ୩ ତାରିଖ ଅପରାହ୍‌ଣରେ ଓଡ଼ିଶା ଉପକୂଳ ଛୁଇଁବ।

୩ ତାରିଖ ଅପରାହଣରେ ଗୋପାଳପୁର ଏବଂ ଚାନ୍ଦବାଲି ମଧ୍ୟରେ ଓଡ଼ିଶା ଛୁଇଁବ ବାତ୍ୟା ଫନି। ସ୍ଥଳଭାଗ ଛୁଇଁବା ୧୭୫ରୁ ୧୮୫ କିଲୋମିଟର ଷବଗରେ ପବନ ବହିବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି। ଲ୍ୟାଣ୍ଡଫଲ୍‌ ହେବା ପରେ ପବନର ବେଗ ଘଣ୍ଟାପ୍ରତି ୨୦୫ ବେଗରେ ବହିବ। ପବନ ସହିତ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Comment