ଓଡ଼ିଶାଲାଇଭ ବ୍ୟୁରୋ

ଆଜିଠୁ ଭିତରକିନାକା ଜାତୀୟ ଉଦ୍ୟାନ ବନ୍ଦ। ମେ ୧ରୁ ଜୁଲାଇ ୩୧ ଯାଏଁ ଭିତରକନିକା ଉଦ୍ୟାନ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ। କୁମ୍ଭୀରମାନଙ୍କ ପ୍ରାକୃତିକ ପ୍ରଜନନ ନିମନ୍ତେ ଜାତୀୟଉଦ୍ୟାନ ବନ୍ଦ ରଖାଯିବ।

ଏହି ସମୟସୀମା ମଧ୍ୟରେ ପର୍ଯ୍ୟଟକମାନଙ୍କୁ ଭିତରକନିକା, ଡାଙ୍ଗମାଳା କୁମ୍ଭୀର ପ୍ରଜନନ କେନ୍ଦ୍ର ଏବଂ ରଗଡ଼ପତୀ ବନାଞ୍ଚଳକୁ ପ୍ରବେଶ ନିଷିଦ୍ଧ କରାଯାଇଛି।

ପ୍ରତିବର୍ଷ ୩ମାସ ପାଇଁ ଜାତୀୟ ଉଦ୍ୟାନକୁ ବନ୍ଦ କରାଯାଇଥାଏ। ଜାତୀୟ ଉଦ୍ୟାନ ମଧ୍ୟରେ ବହୁଳ ସଂଖ୍ୟାରେ ବଉଳା କୁମ୍ଭୀର ରହିଛନ୍ତି। ଏହି ସମୟରେ କୁମ୍ଭୀରମାନେ ଅଣ୍ଡା ଦେଇଥାନ୍ତି। ଅଣ୍ଡାଦେବା ସମୟରେ କୁମ୍ଭୀରମାନେ ଅଧିକ ହିଂସ୍ର ହୋଇଥାନ୍ତି। ଏପରିକି ମଣିଷମାନଙ୍କୁ ସେମାନଙ୍କ ଅଣ୍ଡାଦେବା ସ୍ଥାନ ନିକଟରେ ଦେଖିଲେ କୁମ୍ଭୀର ଆକ୍ରମଣ କରିଥାନ୍ତି। ଏଣୁ ବନ ବିଭାଗ ଏହି ସମୟରେ ଭିତରକନିକା ଜାତୀୟ ଉଦ୍ୟାନକୁ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ କରିଥାନ୍ତି।

ପ୍ରତିବର୍ଷ ବନ ବିଭାଗ ମେ’୧ରୁ ଜୁଲାଇ ୩୧ ତାରିଖ ଯାଏଁ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟକୁ ପର୍ଯ୍ୟଟକମାନଙ୍କୁ ବାରଣ କରାଯାଇଥାଏ। କାରଣ ଏହି ସମୟରେ ମା’ କୁମ୍ଭୀରମାନେ ଅଧିକ ହିଂସ୍ର ହୋଇଥାନ୍ତି। ମା କୁମ୍ଭୀର ବସା ବାନ୍ଧିଥିବା ସ୍ଥାନ ନିକଟକୁ ଯଦି ଅଜଣାତରେ ପର୍ଯ୍ୟଟକମାନେ ଚାଲି ଯିବେ ତେବେ ଅଣ୍ଡାକୁ ଜଗି ରହିଥିବା ମା’ କୁମ୍ଭୀର ପର୍ଯ୍ୟଟକଙ୍କୁ ଆକ୍ରମଣ କରିଦେବାର ଭୟ ରହିଥାଏ।

Comment