ଓଡ଼ିଶାଲାଇଭ ବ୍ୟୁରୋ

ବାତ୍ୟା ‘ଫନି’ ଧ୍ୱଂସ ବିଧ୍ୱଂସ କରିଦେଇଛି ପୂରା ଭୁବନେଶ୍ୱରକୁ। ବାତ୍ୟାର ତାଣ୍ଡବ ପରେ ବିଶେଷକରି ବିଜୁଳି, ପାଣି, ଇଣ୍ଟରନେଟ ସମସ୍ୟା ଲୋକଙ୍କ ଚିନ୍ତା ବଢ଼ାଇଛି।

ଏହାରି ଭିତରେ ଏନଡିଆରଏଫ ଟିମ୍ ପୂରା ତତ୍ପରତା ଦେଖାଇଛି। ସବୁଠି ଯଥାସମ୍ଭବ ରାସ୍ତାସଫା ସହିତ ଗଛସଫା କରିବାକୁ ଚେଷ୍ଟା କରୁଛନ୍ତି। ମେସିନ ସାହାଯ୍ୟରେ ଏନଡିଆରଏଫ କର୍ମଚାରୀମାନେ କାମରେ ଲାଗିଛନ୍ତି।

ଅନ୍ୟପଟେ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ଏନଡିଆରଏଫ ଡିଜି ସତ୍ୟନାରାୟଣ ପ୍ରଧାନ। ବାତ୍ୟା ଫନିର ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିବେ ଡିଜି। ଭୁବନେଶ୍ୱର ଇଏସଆଇ ହସ୍ପିଟାଲ ପରିଦର୍ଶନ କରି ସ୍ଥିତି ପରଖିବାର କାର୍ଯ୍ୟକ୍ରମ ରହିଛି।

ପ୍ରଳୟଙ୍କାରୀ ଫନିକୁ ଏହାରିଭିତରେ ୫ ଦିନ ବିତିଥିଲେ ବି ସ୍ଥିତିରେ ସେପରି କୌଣସି ସୁଧାର ଆସିନି। ଲୋକଙ୍କ ପାଖରେ ପହଞ୍ଚିପାରୁନି ମୌଳିକ ସୁବିଧା। ବିଶେଷକରି ପାଣି ଓ ବିଜୁଳି ଲାଗି ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେପଟ ଭୁବନଶ୍ୱରରେ ବିଜୁଳି ସଂଯୋଗ ପାଇଁ କାର୍ଯ୍ୟରତ ଅଛନ୍ତି ୧୦୦୦ରୁ ଅଧିକ କର୍ମଚାରୀ।

LEAVE A REPLY

Please enter your comment!
Please enter your name here