ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାତ୍ୟା ‘ଫନି’ ପରେ ରାଜଧାନୀରେ ଆଜିଠୁ ଖୋଲିଲା ଆହାର କେନ୍ଦ୍ର। ବାତ୍ୟା ପାଇଁ ଭୁବନେଶ୍ୱରରେ ସମସ୍ତ ଆହାର କେନ୍ଦ୍ରକୁ ବନ୍ଦ କରାଯାଇଥିଲା। ତେବେ ବାତ୍ୟା ପରେ ଆଜିଠୁ ପୁଣିଥରେ ରାଜଧାନୀର ସମସ୍ତ ୧୧ଟି ଆହାର କେନ୍ଦ୍ର ଖୋଲିଛି।

ବର୍ତ୍ତମାନ ପରିସ୍ଥିତିରେ କେବଳ ଦିନ ଓଳି ହିଁ ଆହାର କେନ୍ଦ୍ରରେ ଖାଦ୍ୟ ମିଳିବ। ରାତିରେ ଏହି ସୁବିଧା ମିଳିବନି ବୋଲି ଜଣାପଡ଼ିଛି।

ବାତ୍ୟା ପରେ ହୋଟେଲମାନଙ୍କରେ ଖାଦ୍ୟ ଚଢ଼ା ଦରରେ ବିକ୍ରି ହେଉଛି। ହେଲେ ବର୍ତ୍ତମାନ ଆହାର କେନ୍ଦ୍ର ଖୋଲିଥିବାରୁ ଜନସାଧାରଣମାନେ ୫ଟଙ୍କାରେ ପେଟପୁରା ଖାଇବା ପାଇପାରୁଛନ୍ତି। ଏହାକୁ ନେଇ ଲୋକମାନେ ଖୁସିପ୍ରକାଶ କରିଛନ୍ତି।

 

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

LEAVE A REPLY

Please enter your comment!
Please enter your name here