ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱରରେ ପୁଣି ଖୋଲିଛି ଆହାର କେନ୍ଦ୍ର। ଅନଲକ ୬.୦କୁ ଅଧିକ ସମ୍ପ୍ରସାରିତ କରିବା ଉଦ୍ଦେଶ୍ୟରେ ସମସ୍ତ ଆହାର କେନ୍ଦ୍ର ସୋମବାରଠାରୁ କାର୍ଯ୍ୟକ୍ଷମ ହୋଇଛି।

କରୋନା ମହାମାରୀ ଓ ଲକଡାଉନ ପରେ ଏହି ସବୁ କେନ୍ଦ୍ର ବନ୍ଦ ପଡିଥିଲା। ଦୀର୍ଘ ଦିନ ପରେ ପୁଣି ଏହି ଆହର କେନ୍ଦ୍ର ଖୋଲାଯାଇଛି।

ଭୁବନେଶ୍ୱରରେ ମୋଟ ୧୨ଟି ଆହାର କେନ୍ଦ୍ର ରହିଛି ଓ ଏଗୁଡ଼ିକୁ ବିଏମସି ଚଳାଇଥାଏ। ଗରୀବ ଓ ଖଟିଖିଆଙ୍କୁ ମାତ୍ର ୫ ଟଙ୍କାରେ ରନ୍ଧା ଖାଦ୍ୟ ଯୋଗାଇଦେବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ୨୦୧୨୫ ଏପ୍ରିଲ ପହିଲାରୁ ଏହି ସେବା ଆରମ୍ଭ କରାଯାଇଥିଲା। ୫ ଟଙ୍କାରେ ପେଟ ପୂରା ଖାଦ୍ୟ ପାଇବା ପାଇଁ ଏହି କେନ୍ଦ୍ରଗୁଡ଼ିକରେ ଦିନ ବେଳା ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥାଏ।

Comment