ଓଡ଼ିଶାଲାଇଭ୍‌ ବ୍ୟୁରୋ

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ପିସିସି ସମନ୍ୱୟ କମିଟି ଆବାହକ ପଦରୁ ଇସ୍ତଫା ଦେଇଛନ୍ତି। ନିର୍ବାଚନ ପ୍ରସ୍ତୁତି ଓ ପରିଚାଳନାରେ ତ୍ରୁଟି ଅଭିଯୋଗ ଆଣି ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଜଗନ୍ନାଥ ପଟ୍ଟନାୟକ ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ଏଥିସହିତ ଶ୍ରୀ ପଟ୍ଟନାୟକ ନିର୍ବାଚନ କମିଟି ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି।

୨୦୧୮ ମସିହା ଏପ୍ରିଲ ୧୯ରେ ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି ଦାୟିତ୍ୱରେ ଥିବା ଜିତେନ୍ଦ୍ର ସିଂହ ଜଗନ୍ନାଥ ପଟ୍ଟନାୟକଙ୍କୁ ଓପିସିସି ସମନ୍ୱୟ କମିଟି ଆବାହକ ପଦରେ ନିଯୁକ୍ତ କରିଥିଲେ।

ସେହିପରି ଗତ ସେପ୍ଟେମ୍ବର ମାସରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ତାଙ୍କୁ ଓପିସିସି କାର୍ଯ୍ୟକାରୀ କମିଟିରେ ନିଯୁକ୍ତି କରିଥିଲେ। ତେବେ ବୁଧବାର ସମ୍ବଲୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ଡକାଇ ଜଗନ୍ନାଥ ପଟ୍ଟନାୟକ ନିଜ ପଦରୁ ଇସ୍ତଫା ଦେଇଛନ୍ତି।

Comment