ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୨୦୧୯ ଲୋକସଭା ନିର୍ବାଚନ ସହିତ ଅନୁଷ୍ଠିତ ୪ ଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଚୂଡାନ୍ତ ଫଳାଫଳ ଘୋଷଣା ପାଇଁ ଅପେକ୍ଷା କରାଯାଇଥିବା ବେଳେ ଏହି ସବୁ ରାଜ୍ୟରୁ ଯେଉଁ ଟ୍ରେଣ୍ଡ ଆସୁଛି ତାହା କିଛି ଏହିଭଳି…

ଓଡ଼ିଶା

ଓଡ଼ିଶାରେ ୧୪୬ ବିଧାନସଭା ଆସନରେ ଭୋଟ ଗ୍ରହଣ କରାଯାଇଥିଲା।ପାଟକୁରା ଆସନରେ ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ଯୋଗୁଁ ଏଠି ନିର୍ବାଚନ ସ୍ଥଗିତ ରଖାଯାଇଥିଲା।ମିଳିଥିବା ସୂଚନା ଅନୁସାରେ ଦିନ ଗୋଟିଏ ସୁଦ୍ଧା ଶାସକ ବିଜେଡି ୧୦୭ ଆସନରେ ଆଗୁଆ ଥିବା ବେଳେ ବିଜେପି ୨୬,କଂଗ୍ରେସ ୧୨ ଓ ଅନ୍ୟ ଦଳର ପ୍ରାର୍ଥୀ ଗୋଟିଏ ଆସନରେ ଆଗୁଆ ଅଛନ୍ତି।

ଆନ୍ଧ୍ରପ୍ରଦେଶ

ଆନ୍ଧ୍ରପ୍ରଦେଶରେ ଶାସକ ତେଲୁଗୁ ଦେଶମ ଦଳକୁ ପ୍ରଚଣ୍ଡ ଧକ୍କା ମିଳିଛି।ଏଠି ୱାଇଏସଆର କଂଗ୍ରେସର ପ୍ରାର୍ଥୀ ମାନେ ପ୍ରାୟ ସବୁ ସ୍ଥାନରେ ଆଗୁଆ ରହିଛନ୍ତି।ଯାହା ସୂଚନା ମିଳିଛି ଏଠି ଜଗନ୍ ରେଡ୍ଡୀ ସରକାର ଗଠନ କରିବେ।ଜଗନଙ୍କ ଦଳର ୧୪୮ପ୍ରାର୍ଥୀ ଆଗୁଆ ଥିବା ବେଳେ ତେଲୁଗୁ ଦେଶମର ମାତ୍ର ୨୬ ପ୍ରାର୍ଥୀ ଆଗୁଆ ରହିଛନ୍ତି।ଆନ୍ଧ୍ରପ୍ରଦେଶର ମୋଟ ବିଧାନସଭା ଆସନ ସଂଖ୍ୟା ୧୭୫।

ସିକିମ

୩୨ଆସନ ବିଶିଷ୍ଟ ସିକିମ ବିଧାନସଭା ନିର୍ବାଚନରେ ସିକିମ ଡେମୋକ୍ରାଟ ଦଳ ୧୮ଟି ଆସନରେ ଆଗେଇ ଚାଲିଥିବା ବେଳେ ଏସ୍କେଏମ ୧୪ ଟି ଆସନରେ ଆଗୁଆ ଥିବା ଜଣାପଡିଛି।

ଅରୁଣାଚଳ ପ୍ରଦେଶ

ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ଭଲ କରୁଥିବା ଜଣାପଡୁଛି।ଅନ୍ୟ ତିନି ଦଳ ଯଥା କଂଗ୍ରେସର ୯, ଏନପିପି ଓ ଅନ୍ୟ ଦଳର ୪ଜଣ ଲେଖାଏଁ ପ୍ରାର୍ଥୀ ଆଗୁଆ ରହିଛନ୍ତି।

Comment