ଓଡ଼ିଶାଲାଇଭ ବ୍ୟୁରୋ

(ନୂଆପଡ଼ାରୁ  ନନ୍ଦିଘୋଷ  ଖମାରି): ୨୦୧୯ ଲୋକସଭା ଆସନର ଭାଗ୍ୟ ବିଧାତା ଚୟନର ଫଳାଫଳ ପ୍ରକିୟା ଶେଷ ହୋଇଛି। ଏବେ ବିଜୟୀ ପ୍ରାର୍ଥୀମାନେ ବିଜୟ ଉତ୍ସବ ପାଳନ କରିବାରେ ଲାଗି ପଡ଼ିଛନ୍ତିା  ଏହିକ୍ରମରେ ସାମିଲ ହୋଇଛନ୍ତି ନବନର୍ବିାଚିତ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା।

ବିଜୟ ଲାଭ ପରେ ବସନ୍ତ ପଣ୍ଡା କଲାହାଣ୍ଡି ଓ ନୂଆପଡ଼ା ଅଞ୍ଚଳକୁ ଯାଇ ଜନସାଧାରଣଙ୍କ ସହ ସାକ୍ଷାତ କରିଛନ୍ତି । ବିଭିନ୍ନ ସ୍ଥାନରେ ତାଙ୍କୁ ବାଜା ଓ ବାଣ ଫୁଟାଇ  ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। ନିଜ ଅଞ୍ଚଳ ପାଇଁ ସେ ସର୍ବଦା କାମ କରିବେ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ଚଳିତ ନିର୍ବାଚନରେ କଳାହାଣ୍ଡିରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା ତିନି ପ୍ରମୁଖ ଦଳର ନେତାଙ୍କ ମଧ୍ୟରେ। ସେମାନେ ହେଲେ ବିଜେଡିର ପୁଷ୍ପେନ୍ଦ୍ର ସିଂ ଦେଓ , କଂଗ୍ରେସର ଭକ୍ତଚରଣ ଦାସ ଓ ବିଜେପିର ବସନ୍ତ ପଣ୍ଡା। ଏହି ତିନି ନେତାଙ୍କ ପାଇଁ ଜାତୀୟ ନେତାମାନେ ଲୋକସଭା କ୍ଷେତ୍ରରେ ନିର୍ବାଚନୀ ପ୍ରଚାର କରିଥିଲେ ।
ହେଲେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ସମସ୍ତଙ୍କୁ ପଛରେ ପକାଇ ବିଜୟ ହାସଲ କରିଛନ୍ତିା ବସନ୍ତ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓଙ୍କ ଠାରୁ ୨୦,୦୦୦ରୁ ଅଧିକ ଭୋଟ ବ୍ୟବଧାନରେ ବିଜୟ ଲାଭ କରି କଳାହାଣ୍ଡି ଲୋକସଭା ଆସନର ମୁକୁଟ ଧାରଣ କରିବା ପାଇଁ ସକ୍ଷମ ହୋଇଛନ୍ତି।

Comment