ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି ବିଶ୍ୱକପ ୨୦୧୯ ଆରମ୍ଭ ହେବା ପୂର୍ବରୁ ସବୁ ଟିମ୍‌ମାନଙ୍କ ନେଇ ଖେଳାଯାଉଛି ୱାର୍ମଅପ୍ ମ୍ୟାଚ। ୱାର୍ମଅପ୍ ମ୍ୟାଚରେ ଆଜି ନ୍ୟୁଜିଲାଣ୍ଡକୁ ଭେଟିଛି ବିରାଟ ବାହିନୀ ଟିମ୍‌ ଇଣ୍ଡିଆ। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆ ମାତ୍ର ୧୭୯ ରନ୍‌ କରି ଅଲ୍‌ଆଉଟ୍‌ ହୋଇଛି। ବର୍ତ୍ତମାନ ୧୮୦ର ବିଜୟଲକ୍ଷ ନେଇ ନ୍ୟୁଜିଲାଣ୍ଡ ଟିମ୍‌ ପଡ଼ିଆକୁ ଓହ୍ଲାଇଛି।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆର ଆରମ୍ଭରୁ ବିପର୍ଯ୍ୟୟ ଘଟିଥିଲା। ରୋହିତ ଶର୍ମା ଏବଂ ଶିଖର ଧୱନ, ଲୋକେଶ ରାହୁଲ, ଦିନେଶ କାର୍ତ୍ତିକଙ୍କ ପାଇଁ ଗୋଟିଏ ଓଭର ପଡ଼ିଆରେ ଛିଡ଼ା ମୁସ୍କିଲ ହୋଇଯାଇଥିଲା।

ସେହିପରି ଅଧିନାୟକ ବିରାଟ କୋହଲି(୧୮), ଏମ୍‌ଏସ୍‌ ଧୋନି(୧୭) ହାର୍ଦ୍ଦିକ ପାଣ୍ଡ୍ୟା(୩୦)ରେ ଆଉଟ୍‌ହୋଇ ପାଭିଲିୟନ ଫେରିଛନ୍ତି। ଟିମ୍‌ ଇଣ୍ଡିଆ ପକ୍ଷରୁ ରବିନ୍ଦ୍ର ଜାଡେଜା ସର୍ବାଧିକ ୫୪(୫୦) ରନ୍‌ ସଂଗ୍ରହ କରିଛନ୍ତି। ସେଥିମଧ୍ୟରୁ ୨ଟି ଛକା ଏବଂ ୬ଟି ଚୌକା ରହିଛି।

ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଟିମ୍‌ର ଟ୍ରେଣ୍ଟ ବୋଲ୍ଟଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ଦେଖିବାକୁ ମିଳିଛି। ବୋଲ୍ଟ ୪ଟି ୱିକେଟ୍‌ ସଂଗ୍ରହ କରିଥିବା ବେଳେ ଜେମ୍ସ ନୀଶମ୍‌ ୩ଟି ଲେଖାଏଁ ୱିକେଟ୍‌ ନେଇଛନ୍ତି। ବର୍ତ୍ତମାନ ୧୮୦ର ବିଜୟଲକ୍ଷ ନେଇ ନ୍ୟୁଜିଲାଣ୍ଡ ଟିମ୍‌ ବ୍ୟାଟିଂ କରୁଛି।

Comment