ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଐତିହାସିକ ବିଜୟ ସହ ବିଜେପି କେନ୍ଦ୍ରରେ ସରକାର ଗଢ଼ିଲା। ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେଲେ, ମୋଦିଙ୍କ ସହିତ ତାଙ୍କ ମନ୍ତ୍ରିମଣ୍ଡଳର ୫୮ଜଣ ମନ୍ତ୍ରୀବି ଶପଥ ନେଲେ। ଏହା ଚର୍ଚ୍ଚା କି ମୋଦିଙ୍କ ଦ୍ୱିତୀୟ ଇନିଂସରେ ଲୋକସଭା ବାଚସ୍ପତି ହେବେ କିଏ।

ଚର୍ଚ୍ଚାରେ ଅନେକଙ୍କ ନାଁ ଆସୁଥିଲେ ବି ସବୁଠୁ ଆଗରେ ମେନକା ଗାନ୍ଧି ଓ ଏସଏସ ଅହଲୁୱାଲିଆଙ୍କ ନାଁ ଅଛି। ଏମାନେ ଲଗାତାର ଅନେକ ସମୟ ଧରି ନିର୍ବାଚିତ ହେଉଛନ୍ତି।

ମେନକା ମୋଦିଙ୍କ ପ୍ରଥମ ଇନିଂସରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଥିଲେ , ଏହାସହିତ ସେ ୮ଥର ସଂସଦକୁ ନିର୍ବାଚିତ ହେଲେଣି। ଅନ୍ୟପଟେ ଏସଏସ ଅହଲୁୱାଲିଆ ନାଁକୁ ନେଇ ବି ଚର୍ଚ୍ଚା, ସେ ଲଗାତାର ୬ଥର ହେବ ସଂସଦକୁ ନିର୍ବାଚିତ ହୋଇଛନ୍ତି। ଏବେ ସେ ଦୁର୍ଗାପୁରରୁ ସାଂସଦ ଅଛନ୍ତି, ସେହିପରି ସୁଲତାନପୁରରୁ ମେନକା ଗାନ୍ଧି ସାଂସଦ ଅଛନ୍ତି। ତେବେ ଏସବୁ ଭିତରେ ଦେଖିବାକୁ ବାକି ରହିଲା କି କାହା ନାଁରେ ମୋହର ଲାଗୁଛି। ସେପଟେ ସୋମବାର ମେନକା ଗାନ୍ଧି ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ନ ପାଇବା ନେଇ ମନ୍ତବ୍ୟ ଦେଇଛନ୍ତି।

Comment