ଓଡ଼ିଶାଲାଇଭ ବ୍ୟୁରୋ

ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଶୁକ୍ରବାର ବଡ଼ ସଫଳତା ମିଳିଛିା ପୁଲଓ୍ୱାମାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତିା  କେନ୍ଦ୍ରୀୟ ରିଜର୍ଭ ପୁଲିସ, ରାଷ୍ଟ୍ରୀୟ ରାଇଫଲ ଏବଂ ଜମ୍ମୁ କଶ୍ମୀରର ସ୍ପେଶାଲ ଅପରେଶନ ଗ୍ରୁପର ମିଳିତ ଉଦ୍ୟମରେ ଏହି ଏନକାଉଣ୍ଟର କରାଯାଇଛି।

ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ମୃତ ଆତଙ୍କୀ ଭିତରେ ଜମ୍ମୁ କଶ୍ମୀର ପୋଲିସର ୨ ଏସପିଓ ସାମିଲ ଅଛନ୍ତିା ଏହି ଦୁଇ ଏସପିଓ ଗୁରୁବାର ସନ୍ଧ୍ୟାରେ ସର୍ଭିସ ରାଇଫଲ ନେଇ ଫେରାଇ ହୋଇଥିଲେ। ଆତଙ୍କବାଦୀ ସଙ୍ଗଠନ ଜୈଶ ଏ ମହମ୍ମଦରେ ଯୋଗ ଦେଇଥିଲୋ ଜମ୍ମୁ କାଶ୍ମୀର ଡିଜିପି ଦିଲବାଗ ସିଂହ ଏନେଇ ସୂଚନା ଦେଇଛନ୍ତିା

ସୁରକ୍ଷବାହିନୀକୁ ସୂତ୍ରରୁ ସୁଚନା ମିଳିଥିଲା ଯେ, ଲସିପୋରା ଅଞ୍ଚଳରେ କିଛି ଆତଙ୍କବାଦୀ ଅଛନ୍ତି । ଆତଙ୍କୀ କିଛି ବଡ ଧରଣର କ୍ଷୟକ୍ଷତି କରିପାରନ୍ତି ବୋଲି ସୁରକ୍ଷାବାହିନୀ ଜାଣିବାକୁ ପାଇଥିଲା। ସୂଚନା ମିଲିବା ପରେ ଘଟଣାସ୍ଥଳରେ ପହଞ୍ଚି ଯବାନମାନେ ଏନକାଉଣ୍ଟର କରିଥିଲେ।

Comment