ଓଡ଼ିଶାଲାଇଭ ବ୍ୟୁରୋ

ଏ ବର୍ଷର ଅମରନାଥ ଯାତ୍ରା ଜୁଲାଇ ୧ରୁ ଆରମ୍ଭ ହେବାକୁ ଯାଉଛି। ଏହି ଯାତ୍ରା କଠିନ ହେଲେ ବି ଶିବ ଭକ୍ତ ସବୁ ବର୍ଷ ଏହି ଯାତ୍ରା କରିଥାନ୍ତି। ଏହି  ଯାତ୍ରା ଆଦୌ ସହଜ ନୁହେଁ। ସେଥିଲାଗି ଏହି ଯାତ୍ରା ପାଇଁ କେତେକ ସାବଧାନତା ନିହାତି ଜରୁରୀ। ଯଦି ଆପଣ ବି ଏହି ଯାତ୍ରା କରୁଛନ୍ତି ତେବେ ଜାଣି ନିଅନ୍ତୁ ଯାତ୍ରା ସମୟରେ ଆପଣ କେଉଁସବୁ ସାବଧାନତା ଅବଲମ୍ବନ କରିପାରିବେ।

ସର୍ବପ୍ରଥମେ ଆପଣ ଯାତ୍ରା ରେଜିଷ୍ଟ୍ରେସନ କରିବାକୁ ପଡ଼ିଥାଏ। ଯାତ୍ରାର ପାଖାପାଖି ୧ ମାସ ପୂର୍ବରୁ ଏହି ରେଜିଷ୍ଟ୍ରେସନ କରିବାକୁ ପଡ଼େ। ଏହାପରେ ଭକ୍ତଙ୍କୁ ଯାତ୍ରା କରିବା ପାଇଁ ଅନୁମତି ମିଳିଥାଏ।

  •  ଯାତ୍ରା ସମୟରେ ନିଜ ପାଖରେ ପର୍ଯ୍ୟାପ୍ତ ପରିମାଣରେ ପୋଷାକ ରଖନ୍ତୁ
  • ଅଚାନକ ପାଗ ବଦଳୁଥିବାରୁ ରେନିକୋଟ, ଟର୍ଚ୍ଚ, ଟୋପି ଆଦି ସାଙ୍ଗରେ ରଖନ୍ତିୁ।
  • ଶାଢ଼ିରେ ଯାତ୍ରା କରିବା ମସ୍କିଲ ହୋଇଥାଏ। ସେଥିପାଇଁ ମହିଳାମାନେ ଶାଲଓ୍ୱାର ପିନ୍ଧି ଯାତ୍ରା କରିବା ଉଚିତ।
  • ପାଖରେ ଖାଇବା ଜିନିଷ ରଖିବା ମଧ୍ୟ ନିହାତି ଆବଶ୍ୟକ।
  • ଅମରନାଥ ଶ୍ରାଇନ ବୋର୍ଡ ଦ୍ୱାରା ହୋଇଥିବା ସମସ୍ତ ନିୟମର ପାଳନ କରିବେ।
  • ନିଜ ସହ ଜୁରରୀ ମେଡସିନ ରଖିବା ମଧ୍ୟ ଆବଶ୍ୟକ।
  • ଯାତ୍ରା ସମୟରେ କୌଣସି ପ୍ରକାର ସର୍ଟକର୍ଟ ଆପଣାନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ ବିପଜ୍ଜନକ ହୋଇପାରେ।

Comment