ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ରିକେଟ ମହାସମରରେ ସୋମବାର ଦକ୍ଷିଣ ଆଫ୍ରିକାକୁ ଭେଟିଥିଲା ୱେଷ୍ଟଇଣ୍ଡିଜ୍। ସାଉଥମ୍ପଟନ୍‌ର ରୋଜ୍‌ ବାଉଲ୍‌ରେ ଟସ୍‌ ଜିତି ଦକ୍ଷିଣ ଆଫ୍ରିକାକୁ ଇଣ୍ଡିଜ୍‌ ଦଳ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ହେଲେ ବର୍ଷା ହେବା ଯୋଗୁଁ ମ୍ୟାଚ୍‌କୁ ବନ୍ଦ କରଯାଇଛି।

ବର୍ତ୍ତମାନ ସାଉଥମ୍ପଟନ୍‌ରେ ବର୍ଷ ହେଉଛି। ଏଥିପାଇଁ ଅମ୍ପାୟାର୍ସଙ୍କ ଇଶାରା ମୂତାବିକ ଦକ୍ଷିଣ ଆଫ୍ରିକା ବନାମ ୱେଷ୍ଟଇଣ୍ଡିଜ୍ ମ୍ୟାଚ୍‌କୁ ବନ୍ଦ କରାଯାଇଛି। ତେବେ ବର୍ଷା ବନ୍ଦ ହେଲେ ମ୍ୟାଚ୍‌ ପୂନର୍ବାର ଆରମ୍ଭ ହେବ।

ଚଳିତ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକା ସ୍ଥିତି ଖରାପ ରହିଛି। ଆଜିର ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ। ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ବ୍ୟାଟିଂ କରି ୭.୩ ଓଭରରେ ୨ ୱିକେଟ୍‌ ହରାଇ ମାତ୍ର ୨୯ ରନ୍‌ ସଂଗ୍ରହ କରିଛି। ଯଦି ଆଗକୁ ମ୍ୟାଚ ଜାରି ରୁହେ ତେବେ ନିଜ ପ୍ରଦର୍ଶନରେ ସୁଧାର ଆଣିଲେ କ୍ରମାଗତ ପରାଜୟକୁ ଭାଙ୍ଗି ଆଗକୁ ବଢ଼ିପାରିବ ଦକ୍ଷିଣ ଆଫ୍ରିକା।

Comment