ଓଡ଼ିଶାଲାଇଭ୍ ବ୍ୟୁରୋ
ଆସୁଛି ରଥଯାତ୍ରା। ଶ୍ରୀକ୍ଷେତ୍ରରେ ପୁଣିଥରେ ସମାଗମ ହେବେ କୋଟିକୋଟି ଶ୍ରଦ୍ଧାଳୁ। ରଥଯାତ୍ରାକୁ ଦୃଷ୍ଟିରେ ରଖି ଶ୍ରୀକ୍ଷେତ୍ର ପୁରୀକୁ ଚାଲିବ ୧୯୨ଟି ଟ୍ରେନ୍। ଏନେଇ ଗୁରୁବାର ତୃତୀୟ ରଥଯାତ୍ରା ସମନ୍ୱୟ ସମିତି ବୈଠକରେ ନିଷ୍ପତ୍ତି ନିଆଯାଇଛି।
୧୯୨ଟି ଟ୍ରେନ୍ ମଧ୍ୟରେ ରେଗୁଲାର ଏବଂ ସ୍ୱତନ୍ତ୍ର ଟ୍ରେନ୍ ରହିଛି। ଆବଶ୍ୟକ ପଡ଼ିଲେ ଏମର୍ଜେନ୍ସି ଟ୍ରେନ୍ର ବ୍ୟବସ୍ଥା କରାଯିବ ବୋଲି ରଥଯାତ୍ରା ସମନ୍ୱୟ ବୈଠକରେ ଯୋଗଦେଇ ରେଲ୍ୱେ ଏଡିଆର୍ଏମ୍ ରାଜ କୁମାର କହିଛନ୍ତି।
ଅନ୍ୟପକ୍ଷରେ ରଥଯାତ୍ରା ଦେଖିବାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ୬୨ଟି ସ୍ୱତନ୍ତ୍ର ଟିକେଟ୍ କାଉଣ୍ଟର ଖୋଲା ଯିବ। ୩୮ଟି ପୁରୀରେ ଖୋଲାଯାଉଥିବା ବେଳେ ୨୪ଟି କାଉଣ୍ଟର ଅନ୍ୟାନ୍ୟ ସ୍ଥାନରେ ଖୋଲାଯିବ।
ସେହିପରି ଯାତ୍ରୀମାନଙ୍କ ପାଇଁ ସହରରେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଟ୍ରେନ୍ ଟାଇମ୍ ଟେବୁଲ୍ ଲଗାଯିବ ବୋଲି ବୈଠକ ପରେ ରେଲ୍ୱେ ଏଡିଆର୍ଏମ୍ ରାଜ କୁମାର ସୂଚନା ଦେଇଛନ୍ତି।