ଓଡ଼ିଶାଲାଇଭ ବ୍ୟୁରୋ

ଭାରତୀୟ ଅଧିନାୟକ ବିରାଟ କୋହଲି ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଦିନିକିଆ କ୍ରିକେଟରେ ଦ୍ରୁତତମ ୧୧,୦୦୦ରନ କରିବାରେ ସଫଳ ହୋଇଛନ୍ତି। ପୂର୍ବରୁ ଏହି ରେକର୍ଡ ମାଷ୍ଚରବ୍ଲାଷ୍ଚର ସଚିନ ତେନ୍ଦୁଲକରଙ୍କ ନାମରେ ରହିଥିଲା। ତେନ୍ଦୁଲକର ୨୮୪ ମ୍ୟାଚରେ ୧୧,୦୦୦ ରନ ପୂରଣ କରିଥିବା ବେଳେ କୋହଲି ୨୩୦ ମ୍ୟାଚରେ ଏହି ରେକର୍ଡ କରି ତାଙ୍କୁ ପଛରେ ପକାଇଛନ୍ତି।

ରବିବାର ଭାରତ-ପାକିସ୍ତାନ ପାରମ୍ପରିକ ମ୍ୟାଚରେ ଭାରତ ୮୯ରନରେ ପାକିସ୍ତାନକୁ ପରାସ୍ତ କରିଥିଲା। ଏଥିରେ ଅଧିନାୟକ ବିରାଟ କୋହଲି ୬୫ ବଲରେ ୭୭ ରନ କରିଥିଲେ। ଏହାସହ ଦ୍ରୁତତମ ୧୧,୦୦୦ରନ କ୍ଲବରେ ସମିଲ ହୋଇଥିଲେ।

ବିରାଟଙ୍କ ପୂର୍ବରୁ  ପୂର୍ବରୁ ଏହି ରେକର୍ଡର ଅଧିକାରୀ ଥିଲେ ସଚିନ ତେନ୍ଦୁଲକର(୨୮୪ ମ୍ୟାଚ)। ତାଙ୍କ ପଛକୁ ପୂର୍ବତନ ଅଷ୍ଟ୍ରେଲିଆ ଖେଳାଳି ରିକି ପଣ୍ଟିଂ(୨୯୫ ମ୍ୟାଚ), ସୌରଭ ଗାଙ୍ଗୁଲି(୨୯୫ମ୍ୟାଚ), ଜ୍ୟାକ୍ସ କାଲିସ୍(୩୪୦ମ୍ୟାଚ) ରହିଥିଲେ। ତେବେ ଏସମସ୍ତ ଖେଳାଳିଙ୍କୁ ପଛରେ ପକାଇ ବିରାଟ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି।

Comment