ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଞ୍ଚେଷ୍ଟରରେ ଇଂଲଣ୍ଡକୁ ଭେଟିବ ଆଫଗାନିସ୍ତାନ। ଟସ୍‌ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି।

ମଙ୍ଗଳବାର କ୍ରିକେଟ୍‌ ମହାସମରରେ ଇଂଲଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଛି କଡ଼ା ମୁକାବିଲା। ଲଣ୍ଡନର ମାଞ୍ଚେଷ୍ଟରଠାରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଘରୋଇ ଇଂଲଣ୍ଡ ଟିମ୍‌ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଆଜିର ମ୍ୟାଚ୍‌ରେ ଆଫଗାନିସ୍ତାନ ଟିମ୍‌ ଉପରେ ଇଂଲଣ୍ଡ ଭାରି ପଡ଼ିବ।

ଚଳିତ ବିଶ୍ଵକପରେ ଆୟୋଜକ ଇଂଲଣ୍ଡ ଟିମ୍‌ ଏପର୍ଯ୍ୟନ୍ତ ୪ଟି ମ୍ୟାଚ୍‌ ଖେଳି ୩ଟିରେ ବିଜୟ ହୋଇଛି। ତେବେ ପାକିସ୍ତାନଠାରୁ ଗୋଟଏ ମ୍ୟାଚ୍‌ରେ ହାରିବା ସହ ପଏଣ୍ଟ ଟେବୁଲରେ ଇଂଲଣ୍ଡ ଭାରତ ତଳକୁ ଚତୁର୍ଥ ସ୍ଥାନରେ ରହିଛି।

ଅନ୍ୟପକ୍ଷରେ ଆଫଗାନିସ୍ତାନ ଚଳିତ ବିଶ୍ଵକପରେ ଏପର୍ଯ୍ୟନ୍ତ କୌଣସି ମ୍ୟାଚ୍‌ ଜିତି ପାରିନାହିଁ। ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ୪ଟି ମ୍ୟାଚ୍‌ରେ ହାରି ଆଫଗାନିସ୍ତାନ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଛି। ତେବେ ଆଜିର ମ୍ୟାଚ୍‌ରେ ଇଂଲଣ୍ଡ ବିପକ୍ଷରେ ଭଲ ପ୍ରଦର୍ଶନ କରି ଆଫଗାନିସ୍ତାନ ଖାତା ଖୋଲିବା ଲକ୍ଷ୍ୟ ନେଇ ଖେଳିବ।

Comment