ଓଡ଼ିଶାଲାଇଭ ବ୍ୟୁରୋ

ଇଂଲଣ୍ଡ ଓପନର ଜାସନ ରଏ ଆହତ ହୋଇଛନ୍ତି। ସେ ହାମଷ୍ଟ୍ରିଙ୍ଗ ଇନଜୋରିର(ମାସଂପେଶୀ ଜନିତ ପିଡ଼ା) ର ଶିକାର ହୋଇଛନ୍ତି। ଆସନ୍ତା ଦୁଇଟି ବିଶ୍ଵକପ ମ୍ୟାଚ ସେ ଖେଳି ପାରିବେ ନାହିଁ ବୋଲି ଇଂଲଣ୍ଡ-ଓ୍ଵଲ୍ସ କ୍ରିକେଟ ବୋର୍ଡ ସୂଚନା ଦେଇଛି।

ଜାସନ ରଏ ମଙ୍ଗଳବାର ଆଫଗାନିସ୍ତାନ ବିପକ୍ଷ ମ୍ୟାଚ ଓ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ ଖେଳି ପାରିବେ ନାହିଁ। ରଏ ଚଳିତ ବିଶ୍ଵକପରେ ଇଂଲଣ୍ଡର ମେରୁଦଣ୍ଡ ଭାବେ କାର୍ଯ୍ୟ କରିଛନ୍ତି। ତାଙ୍କ ଅନୁପସ୍ଥିତିରେ ଦଳ କ୍ଷତି ସହିପାରେ।

ଗତ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ରଏ ଆହାତ ହୋଇଥିଲେ। ଶନିବାର ତାଙ୍କ ଏମଆରଆଇ ସ୍କାନ କରାଯାଇଥିଲା। ରିପୋର୍ଟରେ ତାଙ୍କ ମାଂସପେଶୀରେ ଆଘାତ ଲାଗିଥିବା ଜଣାପଡିଛି। ତାଙ୍କୁ ସୁସ୍ଥ ହେବାକୁ ଏକ ସପ୍ତାହ ସମୟ ଲାଗିବ।

Comment