ଓଡ଼ିଶାଲାଇଭ୍ ବ୍ୟୁରୋ

ଯୋଗ କରିବା ଦ୍ୱାରା ଶରୀର ଓ ମନର ସର୍ବୋତ୍ତମ ସ୍ୱାସ୍ଥ୍ୟରକ୍ଷା ଯେ ସମ୍ଭବ। ସେଥିଲାଗି ବିଶ୍ୱବ୍ୟାପି ଲୋକ ଏବେ  ସୁସ୍ଥ ରହିବା ପାଇଁ ଯୋଗକୁ ଆପଣେଇ ନେଇଛନ୍ତି।

ଏହା ଭାରତର ପ୍ରାଚୀନ ସଂସ୍କୃତିର ଏକ ଅମୂଲ୍ୟ ଉପହାର। ଏହା ମନ ଏବଂ ଶରୀରକୁ ସଂଯୋଗ କରିଥାଏ। ଯୋଗ କରିବା ଦ୍ୱାରା ଚିନ୍ତା, କ୍ରିୟା, ସଂଯମ ଏବଂ ପୂର୍ଣ୍ଣତା ଆଣିବା ଲାଗି ଏକ ସିଦ୍ଧ ଉପଚାର।

ଆନ୍ତର୍ଜାତିକ ଯୋଗ ଦିବସ ପାଳନ ୨୦୧୫ରୁ ଆରମ୍ଭ ହୋଇଛି। ଆମେରିକାର ମିଳିତ ଜାତିସଂଘ ସାଧାରଣ ପରିଷଦର ୬୯ତମ ଅଧିବେଶନକୁ ପ୍ରଥମ କରି ସମ୍ବୋଧିତ କରି ମୋଦି ଯୋଗ ଦିବସ ପାଇଁ ପ୍ରସ୍ତାବ ରଖିଥିଲେ। ଅଳ୍ପ କେତେକ ରାଷ୍ଟ୍ରକୁ ବାଦ ଦେଲେ ଏହାକୁ ପ୍ରାୟତଃ ସମସ୍ତ ରାଷ୍ଟ୍ର ସମର୍ଥନ କରିଥିଲେ।

ତା’ପରେ ଜୁନ୍ ୨୧କୁ ଭାରତ ସମେତ ସମଗ୍ର ବିଶ୍ୱରେ ଏହି ଦିବସ ପାଳନ କରାଯାଉଛି। ବର୍ତ୍ତମାନ ଶୁଦ୍ଧା ବିଶ୍ୱରେ ୧୩୨ଟି ଦେଶ ଯୋଗ ଦିବସ ପାଳନ କରି ଆସୁଛନ୍ତି।

Comment