ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ବିମାନବନ୍ଦରରେ ରବିବାର ଏକ ଫ୍ଲାଇଟ୍‌ ଜରୁରୀ ଅବତରଣ କରିଛି। ସକାଳ ୬ରେ ଭୁବନେଶ୍ୱରରୁ ଉଡାଣ ଭରିଥିବା ହାଇଦ୍ରାବାଦ-ଗୌହାଟୀ ବିମାନଟି ଜରୁରୀ ଅବତରଣ କରିଥିଲା। ଏହି ବିମାନରେ ଜଣେ ପାଗଳ ଉତ୍ପାତ କରିବାରୁ ବିମାନଟିକୁ ଜରୁରୀ ଅବତରଣ କରିଥିବା ସୂଚନା ମିଳିଛି।

ବାସ୍ତବରେ ଏହି ବ୍ୟକ୍ତଜଣକ ମାନସିକ ଭାବେ ବିକାରଗସ୍ତ। ତେବେ ବିମାନ ଉଡାଣ ଭରିବା ବେଳେ ବ୍ୟକ୍ତି ଜଣକ ପ୍ଲାଇଟ୍‌ରେ ଉତ୍ପାତ କରିଥିଲେ। ଯାତ୍ରୀ ଜଣକ ବିମାନ ଭିତରେ ଝରକା ଖୋଲିବାକୁ ଉଦ୍ୟମ କରୁଥିଲେ। ତେବେ ଏହାପରେ ବିମାନଟିକୁ ଜରୁରୀ ଅବତରଣ କରାଯାଇ ଉକ୍ତ ବ୍ୟକ୍ତି ଏବଂ ତାଙ୍କର ଜଣେ ବନ୍ଧୁଙ୍କୁ ଏୟାରପୋର୍ଟ ପୋଲିସ୍‌ ଜିମାରେ ଦିଆଯାଇଛି। ଏହା ପରେ ବିମାନଟି ନିଜ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଥିଲା।

ପୋଲିସ୍‌ ଉକ୍ତ ବ୍ୟକ୍ତି ଜଣଙ୍କୁ କ୍ୟାପିଟାଲ ମେଡିକାଲକୁ ପଠାଇଥିବା ସୂଚନା ମିଳିଛି।

Comment