ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶନିବାର ସାଉଥମ୍ପଟନ୍‌ରେ ଖେଳାଯାଇଥିବା ଭାରତ-ଆଫଗାନିସ୍ତାନ ମ୍ୟାଚର ଶେଷ ଓଭର ଅତି ରୋମାଞ୍ଚକ ହୋଇଥିଲା। ଏହି ମ୍ୟାଚରେ ଶେଷ ଓଭରରେ ମାତ୍ର ୧୬ ରନ ଆବଶ୍ୟକ ରହିଥିଲା। ସାମିଙ୍କ ଉପରେ ଏହି ଓଭରରେ ପ୍ରଥମ ଦୁଇଟି ବଲରେ ବହୁତ ଚାପ ପଡିଥିଲା। ତେବେ ସେହି ସମୟରେ ଓ୍ଵିକେଟ ଆରପଟୁ ଧୋନି ସାମିଙ୍କୁ ଏକ ଉପଦେଶ ଦେଇଥିଲେ। ଯାହା ମ୍ୟାଚ୍‌ ଜିତିବା ପରେ ସାମି ଏହି କଥା ସର୍ବସମ୍ମୁଖରେ କହିଛନ୍ତି।

ଧୋନି ଅନ୍ତିମ ଓଭରରେ ସାମିଙ୍କୁ ପାଖକୁ ଆସି ଏକ ୟର୍କର ବଲ ପକାଇବାକୁ କହିଥିଲେ। ଯାହାର ଫଳାଫଳ ବର୍ତ୍ତମାନ ଇତିହାସ ରଚିଛି। ୧୧ ରନ୍‌ରେ ଭାରତ ଆଫଗାନିସ୍ତାନଠାରୁ ବିଜୟ ଲାଭ କରିଛି। ଏଣେ ମହମ୍ମଦ ସାମି ବିଶ୍ୱକପ୍‌ରେ ହାଟ୍ରିକ୍‌ ୱିକେଟ୍‌ ନେଇଥିବା ଦ୍ଵିତୀୟ ଭାରତୀୟ ଖେଳାଳୀ ଭାବେ ସଫଳତା ହାସଲ କରିଛନ୍ତି।

ସାମି ମିଡିଆ ଆଗରେ କହିଛନ୍ତି ଯେ, “ମାହି ଭାଇ ମୋତେ ପରାମର୍ଶ ଦେଇ କହିଥିଲେ, ବର୍ତ୍ତମାନ ବଲରେ କୌଣସି ପରିବର୍ତ୍ତନ ଆଣନାହିଁ। ଏଇଟା ହିଁ ଠିକ ସୁଯୋଗ। ଶେଷ ୩ଟି ବଲ ୟର୍କର ହିଁ ପକାଅ।”

LEAVE A REPLY

Please enter your comment!
Please enter your name here