ଓଡ଼ିଶାଲାଇଭ ବ୍ୟୁରୋ

ସାଓମି ତା’ର ର ସବୁଠୁ ପାୱାରଫୁଲ ସ୍ମାର୍ଟଫୋନ ‘ପୋକୋ F1’କୁ କମ ଦାମରେ ଭାରତୀୟ ବଜାରରେ ଉପଲବ୍ଧ କରାଇଛି। ୬ ଜିବି ରାମ ଏବଂ ୬୪ ଜିବି ଇଣ୍ଟରନାଲ ମେମୋରି ଥିବା ଏହି ଫୋନ ବର୍ତ୍ତମାନ ୧୭,୯୯୯ ଟଙ୍କାରେ ଉପଲବ୍ଧ ହେଉଛି। ପୂର୍ବରୁ ଏହା ଏହାର ଦାମ ୨୦, ୯୯୯ ରହିଥିଲା। ଅନଲାଇନ ଷ୍ଟୋର ଏମଆଇ ଡଟ କମ ଏବଂ ଫ୍ଲିପକାର୍ଟରେ ଏହି ଫୋନ ଉପଲବ୍ଧ ହେଉଛି।

ଏମଆଇ ଫୋନ ଏକ୍ସଚେଞ୍ଜ କରି ଏହି ଫୋନ କିଣିବାକୁ ଚାହିଁଲେ ଗ୍ରାହକ ଆଉ ୩୦୦୦ଟଙ୍କାର ରିହାତି ପାଇବେ। ସେହିପରି ଜିଓ ବ୍ୟବହାର କରୁଥିଲେ ୨୪୦୦ଟଙ୍କାର କ୍ୟାସବ୍ୟାକ ସହ ୬ ଟିବିର ମାଗଣା ଡାଟା ମିଳିବ।  ଏହି ଫୋନ କିଣିଲେ ୩ ମାସର ଇଏମଆଇ ଉପରେ କୌଣସି ଅତ୍ୟଧିକ ଶୁଳ୍କ ଦେବାକୁ ପଡ଼ିବନି।

ସେହିପରି ଏକ୍ସିସ ବ୍ୟାଙ୍କ କ୍ରେଡିଟ କିମ୍ବା ଡେବିଟ କାର୍ଡରେ କିଣିଲେ ଅଧିକ ୧୦ ପ୍ରତିଶତ ରିହାତି ମିଳିବ।

ସ୍ମାର୍ଟ ଫୋନ “ପୋକୋ F1” ୬.୧୮ ଇଞ୍ଚ ସ୍କ୍ରିନ ସହ (୨୩୪୦*୧୦୮୦)ଏଚଡି ରିଜୋଲ୍ୟୁସନ ମିଳୁଛି। ୪୦୦୦ ଏମ୍ଏଏଚ୍ ବ୍ୟାଟେରି ଲାଇଫ ଏହି ଫୋନରେ ଉପଲବ୍ଧ।

ଅନ୍ୟ ଭାରିଆଣ୍ଟରେ  ‘ପୋକୋ F1’ ୬ ଜିବି ରାମଏବଂ ୧୨୮ ଜିବି ଇଣ୍ଟରନାଲ ମେମୋରି ଫୋନ ୨୦,୯୯୯ ଟଙ୍କା ରହିଥିବା ବେଳେ ୮ ଜିବି ରାମଏବଂ ୨୬୫ ଜିବି ଇଣ୍ଟରନାଲ ମେମୋରି ଫୋନ ୨୭,୯୯୯ ଟଙ୍କାରେ ମିଳୁଛି। ଏହି ସ୍ମାର୍ଟ ଫୋନ ଭାରତରେ ୨୦୧୮ରେ ଲଞ୍ଚ ହୋଇଥିଲା ।

Comment