ଓଡ଼ିଶାଲାଇଭ ବ୍ୟୁରୋ

ପିଏନବି ଠକେଇର ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସୀକୁ ଭାରତ ଆଣିବା ପ୍ରକିୟା ଜୋର ହୋଇଛି। ଭାରତରୁ ଫେରାଇ ହୋଇ ଆଣ୍ଟିଗୁଆରେ ରହୁଥିବା ଚୋକସୀଙ୍କ ଆଣ୍ଟିଗୁଆ ନାଗରିକତ୍ୱ ରଦ୍ଧ ହୋଇପାରେ।

ଅପରାଧୀଙ୍କୁ ଆଣ୍ଟିଗୁଆରେ କୌଣସି ପ୍ରକାର ସ୍ଥାନ ଦିଆଯିବ ନାହିଁ ବୋଲି କହିଛନ୍ତି ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ। ଏଥିସହ ଆର୍ଥିକ ଦୁର୍ନୀତିରେ ଜଡ଼ିତ ଥିବା ନାଗିରକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ପ୍ରାୟ ୧୪ଶହ କୋଟି ଟଙ୍କା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଠକେଇ ମାମଲାରେ ମେହୁଲ ଚୋକସୀ ଭାରତରୁ ଫେରାର ହୋଇଥିଲେ। ତାଙ୍କୁ ଭାରତ ଆଣିବା ପାଇଁ ମାର୍ଚ୍ଚ ମାସରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ହେଲେ ଚୋକସୀ ଗତ ବର୍ଷ ଆଣ୍ଟିଗୁଆ ନାଗରିକତ୍ୱ ଗ୍ରହଣ କରିଥିଲେ। ସେଠାକାର ନାଗରିକତ୍ୱ ଗ୍ରହଣ କରିବା ପରେ ତାଙ୍କୁ ଭାରତ ଆଣିବା ପ୍ରକ୍ରିୟାକୁ ଝଟକା ଲାଗିଥିଲା। ଏବେ ଯଦି ଆଣ୍ଟିଗୁଆ ସରକାର ତାଙ୍କ ନାଗରିକତ୍ୱ ରଦ୍ଧ କରିଦିଅନ୍ତି ତେବେ ତାଙ୍କୁ ଭାରତ ଆଣିବାର ଯଥେଷ୍ଟ ସମ୍ଭାବନା ରହିଛି। ଭାରତରୁ ବହୁ କୋଟି ଟଙ୍କା ଠକି ଏବେ ଆଣ୍ଟିଗୁଆରେ ଅଛନ୍ତି ଚୋକସୀ।

Comment